ଆମେରିକାର ପଦକ୍ଷେପ ପରେ ଇସ୍‌ଲାମିକ ରାଷ୍ଟ୍ରଗୁଡ଼ିକରେ ତୀବ୍ର ପ୍ରତିକ୍ରିୟା

ତେଲ୍‌ ଅଭିଭ୍‌: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଏବେ ଏକ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଇରାନର ୩ଟି ପ୍ରମୁଖ ପରମାଣୁ ପ୍ରତିଷ୍ଠାନକୁ ଆଜି ଆମେରିକା ଧ୍ବଂସ କରିଦେବା ପରେ ଇରାନ ଏହାର ପ୍ରତିଶୋଧ ଏବେ ଇସ୍ରାଏଲ ଉପରେ ନେଉଛି। ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ଇରାନ ତେଲ୍‌ ଅଭିଭ୍‌, ହାଇଫା ସମେତ ସମସ୍ତ ପ୍ରମୁଖ ସହରକୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ଆକ୍ରମଣ କରିଛି।

ଆମେରିକାର ଏହି ପଦକ୍ଷେପ ଇସ୍‌ଲାମିକ ରାଷ୍ଟ୍ରଗୁଡ଼ିକରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ଏବଂ ଅନେକ ରାଷ୍ଟ୍ର ଏହାକୁ ଆମେରିକାର  ଆପରାଧିକ କାର୍ଯ୍ୟଭାବେ ଦର୍ଶାଇଛନ୍ତି।  ଇରାନ ଆମେରିକାକୁ ଚେତାବନୀ ଦେଇ କହିଛି ଯେ  ଆମେ ନିଜର ସାର୍ବଭୌମତ୍ୱ, ସ୍ୱାର୍ଥ ଏବଂ ଲୋକଙ୍କୁ ରକ୍ଷା କରିବା ପାଇଁ ସମସ୍ତ ବିକଳ୍ପ ସଂରକ୍ଷିତ ରଖିଛୁ। ସବୁ ସାମର୍ଥ୍ୟ ଖଟାଇ ଆମେ ପ୍ରତିଶୋଧ ନେବୁ ଏବଂ ଏହା ଦୀର୍ଘସ୍ଥାୟୀ ହେବ। ଆମେରିକା ଆଇନବିରୋଧୀ, ଆପରାଧିକ ଏବଂ ବି‌ପଜ୍ଜନକ ଆକ୍ରମଣର ପରିଣାମ ନିଶ୍ଚିତ ଭୋଗିବ ବୋଲି  ଇରାନ କହିଛି।

Leave a Reply

Your email address will not be published. Required fields are marked *