ଯେଉଁମାନେ ନକ୍ସଲବାଦର ପଥରେ ପଥଭ୍ରଷ୍ଟ ହୋଇଛନ୍ତି ସେମାନେ ଅସ୍ତ୍ର ସମର୍ପଣ କରନ୍ତୁ ଏବଂ ସରକାରଙ୍କ ଆତ୍ମସମର୍ପଣ ନୀତିର ଲାଭ ଉଠାନ୍ତୁ

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଯୁବକମାନଙ୍କୁ ଆହ୍ୱାନ କରିଛନ୍ତି ଯେଉଁମାନେ ନକ୍ସଲବାଦର ପଥରେ ପଥଭ୍ରଷ୍ଟ ହୋଇଛନ୍ତି, ସେମାନେ ଅସ୍ତ୍ର ସମର୍ପଣ କରନ୍ତୁ ଏବଂ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିର ଲାଭ ଉଠାନ୍ତୁ। ଯୁବକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ନୂତନ ଛତିଶଗଡ଼ର ବିକାଶ ଯାତ୍ରାରେ ଯୋଗଦେବା ପାଇଁ ସେମାନଙ୍କୁ ଏହାଠାରୁ ଭଲ ସୁଯୋଗ ମିଳିବ ନାହିଁ। ହିଂସା ମାର୍ଗରେ ଚାଲୁଥିବା ଯୁବକମାନଙ୍କୁ ସରକାରଙ୍କୁ ବିଶ୍ୱାସ କରିବା ଏବଂ ସମାଜର ମୁଖ୍ୟଧାରାରେ ଯୋଗଦେବା ପାଇଁ ଶ୍ରୀ ଶାହ ଅନୁରୋଧ କରିଥିଲେ। ଆଜି ରାୟପୁରରେ ଛତିଶଗଡ଼, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ଡିଜିପି, ଏଡିଜିପି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ନକ୍ସଲବାଦ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଗତ ଦେଢ଼ ବର୍ଷ ମଧ୍ୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାୟଙ୍କ ସରକାର ଏବଂ ଉପମୁଖ୍ୟମନ୍ତ୍ରୀ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ବିଜୟ ଶର୍ମାଙ୍କର ସବୁଠାରୁ ବଡ଼ ସଫଳତା ହେଉଛି ସେମାନେ ପୂର୍ବରୁ ଅଟକି ରହିଥିବା ନକ୍ସଲ ବିରୋଧୀ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି ଏବଂ ରାଜ୍ୟକୁ ନକ୍ସଲବାଦରୁ ମୁକ୍ତ କରିବା ଦିଗରେ ଅଗ୍ରସର ହୋଇଛନ୍ତି। 

Leave a Reply

Your email address will not be published. Required fields are marked *