ଇରାନର ଅନୁରୋଧରେ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀକାଳୀନ ବୈଠକ ଡକାଯାଉଛି

ତେହେରାନ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଏବେ ସବୁଠାରୁ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଏବେ ଆମେରିକା ମଧ୍ୟ ଖୋଲାଖୋଲି ଭାବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷର ନିଆଁରେ ଡେଇଁ ପଡ଼ିଛି। ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ – ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ଉପରେ ଇତିହାସର ସବୁଠାରୁ ସଫଳ ସାମରିକ ଆକ୍ରମଣ କରିଛି। ଏହା ପରେ ସମଗ୍ର ବିଶ୍ବରେ ଉତ୍ତେଜନା ବଢିଯାଇଛି । ଏଥପାଇଁ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଡକାଯାଇଛି ।

Leave a Reply