Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁରୀ ଜିଲ୍ଲା ବାଉରୀଆକଣ ଗ୍ରାମରେ ହରିନାମ ପ୍ରେମରେ ବିଦେଶୀ ଭକ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁରୀ ଜିଲ୍ଲା ବାଉରୀଆକଣ ଗ୍ରାମରେ ହରିନାମ ପ୍ରେମରେ ବିଦେଶୀ ଭକ୍ତ

କାକଟପୁର: କୃଷ୍ଣ ଭକ୍ତି ଓ ହରିନାମ ପ୍ରେମରେ ବିଦେଶୀ ଭକ୍ତ । କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ଇସ୍କନ ଭକ୍ତ । ପୁରୀ ଜିଲ୍ଲା ବାଉରୀଆକଣ ଗ୍ରାମରେ ଚଳାଇଛନ୍ତି ଭଜନ କୀର୍ତ୍ତନ । ଆରାଧ୍ୟ ଦେବତାଙ୍କ ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି ବିଦେଶୀ । ଆଧ୍ୟାତ୍ମିକତା ଭିତରେ ବାଣ୍ଟି ·ଲିଛନ୍ତି ବିଶ୍ୱ ଭାତୃତ୍ୱ ବାର୍ତ୍ତା ୧୫ଜଣ ବିଦେଶୀ ରୁଷିଆ, ଇଟାଲୀ, ଥାଇଲାଣ୍ଡ, କାନାଡ଼ାରୁ କାକଟପୁର ବାଉରୀଆକଣ ଧାଇଁ ଆସିଛନ୍ତି । ପୁରା ଭାରତୀୟ ଶୈଳୀରେ ପକାଇଛନ୍ତି ତୁଳସୀ ମାଳି ଓ ପିନ୍ଧିଛନ୍ତି ଗୈରିକ ବସ୍ତ୍ର । କାକଟପୁର ବ୍ଲକ ବାଉରିଆକଣ ଗ୍ରାମର ବାସୁଦେବ ମନ୍ଦିର ପ୍ରାଙ୍ଗଣରେ ବହୁ ପୁରାତନ ନାମ ଯଂଜ୍ଞ ମହୋତ୍ସବ ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । କୃଷ୍ଣଙ୍କ ସାନିଧ୍ୟ୍ୟ ଲାଭ କରି ନିଜକୁ ଧନ୍ୟ ମନେ କରିଛନ୍ତି ବିଦେଶୀ ଭକ୍ତ । ସୁଦୂର ପାଶ୍ଚତ୍ୟ ରାଷ୍ଟ୍ରରୁ ଟାଣି ହୋଇ ଆସିଛନ୍ତି ବିଦେଶୀ ଭକ୍ତ । ଗ୍ରହଣ କରିଛନ୍ତି ଉକ୍ରଳୀୟ ପରମ୍ପରା । ଖାଲି ସେତିକି ନୁହେଁ ଗୀତାର ଉପଦେଶକୁ ମଧ୍ୟ ଜୀବନରେ ଲଗାଉଛନ୍ତି । ଲୋକଙ୍କ ଭିତରେ ପ୍ରେମ ଓ ସଦଭାବନା ବାର୍ତ୍ତା ଭଳି ଜୀବନରେ ବେଶ ଆନନ୍ଦ ଲାଭ କରିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । କର୍ତ୍ତା ପ୍ରହଲ୍ଲାଦ ସ୍ୱାଇଁ, ସୁଦର୍ଶନ ପାଳ, ସୁଦର୍ଶନ ସ୍ୱାଇଁ, ଶରତ ଚନ୍ଦ୍ର ପଲାଉରୀ, ରମେଶ ଜେନା, ସାହାଜି ସ୍ୱାଇଁ, ପ୍ରଭାକର ସ୍ୱାଇଁ ସହ ଗ୍ରାମର ଅନେକ ସଭ୍ୟ ଓ ଗ୍ରାମବାସୀ ମିଳିତ ପ୍ରଚେଷ୍ଟାରେ ନାମ ଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଭୁ ପ୍ରେମରେ ମଗ୍ନ ରହି ଜୀବନକୁ ଧନ୍ୟ ମନେ କରିଛନ୍ତି ଇସ୍କନ ଭକ୍ତ । ଆଉ ବାଉରିଆକଣ ଗ୍ରାମରେ ଏଭଳି ସୁନ୍ଦର ଆୟୋଜନକୁ ମଧ୍ୟ ପ୍ରଶଂସା କରିଛନ୍ତି ।

Leave a Reply