ରାଷ୍ଟ୍ରର ଆଭ୍ୟନ୍ତରିଣ ସୁରକ୍ଷାରେ ଆଇନଜୀବୀଙ୍କ ଭୁମିକା ଶୀର୍ଷକ ଆଲୋଚନା ଚକ୍ର

ରାଷ୍ଟ୍ରର ଆଭ୍ୟନ୍ତରିଣ ସୁରକ୍ଷାରେ ଆଇନଜୀବୀଙ୍କ ଭୁମିକା ଶୀର୍ଷକ ଆଲୋଚନା ଚକ୍ର
ଭୁବନେଶ୍ୱର: ଅଶୋକ ନଗରସ୍ଥିତ ବି.ଏମ୍.ଏସ୍. ସମ୍ମିଳନୀ କକ୍ଷରେ ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶା ପକ୍ଷରୁ ମାର୍ଚ୍ଚ 26 ତାରିଖ ଦିନ ‘ରାଷ୍ଟ୍ରର ଆଭ୍ୟନ୍ତରୀଣ ସୁରକ୍ଷାରେ ଆଇନଜୀବୀଙ୍କ ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ହିନ୍ଦୁ ଜାଗରଣ ମଞ୍ଚର ଅଞ୍ଛଳ ଭାରତୀୟ ସହ ସଂଗଠନ ମନ୍ତ୍ରୀ କମଳେସ୍ ସିଂ, ମୁଖ୍ୟ ଅତିଥି ଅଧିବକ୍ତା ପରିଷଦ ଓଡ଼ିଶାର ସଭାପତି ଅଜିତ କୁମାର ପଟ୍ଟନାୟକ ଏବଂ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଅମିତାଭ ଦାସ ଯୋଗ ଦେଇଥିଲେ। ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶା ପୂର୍ବ ପ୍ରାନ୍ତ ବିଧ ସଂଯୋଜକ ଶ୍ରୀମନ୍ତ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସଂଯୋଜକ ରଘୁନାଥ ବାରିକ, ପ୍ରାନ୍ତ ସଂଗଠନ ମନ୍ତ୍ରୀ ତନ୍ମୟ ଦାଶ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଶ୍ଚୟ ବାଜପେୟୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଭୁବନେଶ୍ଵର ବିଧି ସଂଯୋଜକ ସୁଜିତ୍ କୁମାର ସ୍ୱାଇଁ, ଆଇନଜୀବୀ ବିଜୟ ଉପାଧ୍ୟାୟ, ପ୍ରଜ୍ଞା ପଟ୍ଟନାୟକ, ହରପ୍ରସନ୍ନ ରଥ, ଆଶିଷ ବିଦୁରେନ୍ଦ୍ର ଛୋଟରାୟ ଓ ଓକିଲ କରୁଣାକର ନାୟକ, ପ୍ରଭୁପାଦ ଦତ୍ତ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଆଇନଜୀବୀ ଉପସ୍ଥିତ ଥିଲେ। ଆଇନଜୀବୀ ତତ୍ତ୍ୱଜ୍ଞ ତ୍ରିବେଦୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *