ପୂର୍ବକୋଟ ହାଟପଡିଆରେ ଧର୍ମାନ୍ତରୀକରଣ ଅଭିଯୋଗ

କୋରେଇ:ଯାଜପୁରବ୍ୟାସନଗର ତହସିଲ ଅଧିନସ୍ଥ କୋରେଇ ବ୍ଲକ କନ୍ତୋର ପଞ୍ଚାୟତ ପୂର୍ବକୋଟ ହାଟପଡିଆ ନିକଟସ୍ଥ କମ୍ୟୁନିଟି ସେଣ୍ଟର କୁନେଇ ଉଠିଛି ଅଭିଯୋଗ ।ସୂଚନା ଅନୁଯାଇ ହାଟ ପଡିଆ ନିକଟ ଜଙ୍ଗଲ ଜମିରେ ଏକଗୃହ ନିର୍ମାଣ କରାଯାଇଛି ଯାହାକୁ କିଏ କରିଛିକାହଁକି କରିଛି ତାହା ବର୍ତମାନ ସନେ୍ଦହଘେରରେ । ସରକାରୀ ନିୟମ ଅନୁଯାଇ ସରକାରୀ ଜମିରେ କୌଣସି ପ୍ରକାର ଗୃହନିର୍ମାଣ କରିବାକୁ ହେଲେ ସ୍ଥାନୀୟ ଆରଆଇ ଓ ତହସିଲଦାରଙ୍କ ଅନୁମତି କ୍ରମେଗୃହ ନିର୍ମାଣ କରାଯିବା କଥା,କିନ୍ତୁ ଏକ ଗୃହନିର୍ମାଣ କରାଯାଇ ଗୃହ ଟି ର ନାମ ଏସ.ଏ.ଜି.ଇ, ସେଣ୍ଟର ଅଫ କମ୍ୟୁନିଟିଅଫ ବେଲିଭାର୍ସ ଲେଖା ଯାଇଥିବାଦେଖିବାକୁ ମିଳୁଛି ।ଏହି ଗୃହରେ ପ୍ରତିଦିନସନ୍ଧ୍ୟା ସମୟରେ କିଛି ଲୋକ ଏଠାରେ ଯୀଶୁଙ୍କୁ ପ୍ରାର୍ଥନା କରିବା ସହ ଡିସେମ୍ବର ୨୫ବଡଦିନ ପାଳନ ମଧ୍ୟ କରାଯଇଥିବା ଶୁଣିବାକୁମିଳୁଛି ।ଏହା ଏକ ହିନ୍ଦୁ ଧର୍ମର ଲୋକେ ବସବାସ କରୁଥିବା ଅଞ୍ଚଳ ହୋଇଥିବାବେଳ ଏକବାହ୍ମଣ ଶାସନ ଲାଗିକି ରହିଛି ଯାହାକୁ ନେଇଅସନ୍ତୋଷ ଧୀରେ ଧୀରେ କୁହୁଳିବାରେଲାଗିଛି ।

Leave a Reply

Your email address will not be published. Required fields are marked *