ଶିକ୍ଷା, ସୁରକ୍ଷା,ରୋଜଗାର ଦାବିରେ ଏବିଭିପିର ଜିଲ୍ଲା ସମ୍ମିଳନୀ


ଆସ୍କା:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ସାଙ୍ଗଠନିକ ଜିଲ୍ଲା ତରଫରୁ ବିଦ୍ୟାର୍ଥୀ ପରିଷଦର ୭୫ ବର୍ଷ ଅବସରରେ ଶିକ୍ଷା, ସୁରକ୍ଷା, ରୋଜଗାର ଦାବିରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହରିହର ହାଇସ୍କୁଲ ମିନିଷ୍ଟାଡିୟମ ନିକଟରୁ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ସଂଯୋଜକ ଅନିଲ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ବାହାରି ନଗରପରିକ୍ରମା କରିସାରିବା ପରେ ତାଳୁକା ଛକ ଅମରନାଥ କ୍ରିକେଟ୍ ପଡିଆରେ ଏକତ୍ରିତ ହୋଇଥିଲେ । ରାଜ୍ୟ ସହ ସମ୍ପାଦକ ସ୍ୱାଗତ କୁମାର ତ୍ରିପାଠୀ ମହାବିଦ୍ୟାଳୟ ଗୁଡିକରେ ଖାଲିପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ, ବିଦ୍ୟାର୍ଥୀମାନଙ୍କୁ ରୋଜଗାର ସାଧନ ଯୋଗାଇବା, ନାରୀ ମାନଙ୍କ ପ୍ରତି ବିଭିନ୍ନ ସମୟରେ ହେଉଥିବା ଅତ୍ୟାଚାରରେ ସମ୍ରୁକ୍ତ ବ୍ୟକ୍ତିଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଟାନ ନେବା ଓ ଚାକିରୀ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶିକ୍ଷିତ ଯୁବକ, ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଆଲୋକପତ କରିଥିଲେ । ରାଜ୍ୟ ସରକାର ଏହି ସବୁ ଦିଗ ପ୍ରତି ଗୁରୁତ୍ୱ ନ ଦେଲେ ଏବିଭିପି ପକ୍ଷରୁ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି ଅବସରେ ରାଜ୍ୟ କାର୍ଯ୍ୟସମିତି ସଦସ୍ୟ ଶିବାଶିଷ ପଣ୍ଡା, ଗଞ୍ଜାମ ବିଭାଗ ସଂଗଠନ ମନ୍ତ୍ରୀ ସୌଭାଗ୍ୟ ମହାନ୍ତି, ଘୁମୁସର ଜିଲ୍ଲା ସଂଯୋଜକ ଅନିଲ କୁମାର ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଇଶ୍ୱରୀ ରଥ, କାହ୍ନ ଜେନା ନଗର ସଭାପତି ଜଗନ୍ନାଥ ପଢିଆଳି, ନଗର ସମ୍ପାଦକ ପବିତ୍ର ମୋହନ ବେହେରା, ନଗର ସହ ସମ୍ପାଦକ ପ୍ରଦିପ ପାତ୍ର, ଗୋବିନ୍ଦ ବେବର୍ତ୍ତା ,ରାହୁଲ ବେହେରା, ଓମ୍ ପ୍ରସାଦ ମହାରଣା, ରକି ସେଠୀ, ତୁଷାର ଜେନା, ଆଦିତ୍ୟ ଜେନା, ଦେବାଶିଷ ମିଶ୍ର, ଦୀନବନ୍ଧୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *