ଏରସମା ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ


ଏରସମା : ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ସରସ୍ୱତୀ ପୂଜା ଏବଂ ମାତୃ ସମ୍ମିଳନୀ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଉକ୍ତ ଦିବସରେ ସାଧାରଣତନ୍ତ୍ର ଦିବସ ପଡ଼ିଥିବାରୁ ପ୍ରାତଃରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଦୁଇ ବର୍ଷ କରୋନ କଟକଣା ପରେ ଚଳିତ ବର୍ଷ ମହା ଆଡ଼ମ୍ବର ସହକାରେ ସରସ୍ୱତୀ ପୂଜା ଏବଂ ମାତୃ ସମ୍ମିଳନୀ ପାଳିତ ହୋଇଯାଇଛି । ଶିଶୁ ମନ୍ଦିରର ପ୍ରଧାନ ଗୁରୁଜୀ ସୌଭାଗ୍ୟ ରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୃନ୍ଦାବନ ବିହାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ବୃନ୍ଦାବନ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧୂଳେଶ୍ୱର୍ ନାୟକ, ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ଜେନା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଉପାଦେୟ ଓ ଶିକ୍ଷଣୀୟ କଥା କହିଥିଲେ । ପରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ନିମନ୍ତେ ବୃନ୍ଦାବନ ବିହାରୀ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପ୍ରଧାନ ଗୁରୁଜୀ ସୌଭାଗ୍ୟ ରଞ୍ଜନ ନାୟକଙ୍କ ସମେତ ସୌମ୍ୟ ରଞ୍ଜନ ଦାସ, ଗୁରୁମା ତପସ୍ୱିନୀ ସ୍ୱାଇଁ, ପିଙ୍କନ କାଣ୍ଡି, ଲିଜା ଘଡ଼େଇ, ଜୁଲି ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *