ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ବର୍ଷକ ପାଇଁ ବୃଦ୍ଧି

ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ବର୍ଷକ ପାଇଁ ବୃଦ୍ଧି ପାଇଲା । ଜୁନ୍ ୧ରେ କାମାତଙ୍କ କାର୍ଯ୍ୟକାଳ ସରିବାକୁ ଥିବାବେଳେ ଆଉ ବର୍ଷକ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କାମାତ ଜୁନ ୧ରେ ଅବସର ନେଇଥାନ୍ତେ । ତେବେ ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ କରିଛି କ୍ୟାବିନେଟ୍‌ ଆପଏଣ୍ଟମେଣ୍ଟ କମିଟି । ଅର୍ଥାତ୍ କାମାତ ୩୧ ମେ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ଯଭାର ସମ୍ଭାଳିବେ ।

Leave a Reply