ଅସୁସ୍ଥତା କାରଣରୁ ମସ୍କୋ ନିରାପତ୍ତା ବୈଠକରୁ ଓହରିଲେ ଡୋଭାଲ

ରୁଷର ରାଜଧାନୀ ମସ୍କୋଠାରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ନିରାପତ୍ତା ସଂକ୍ରାନ୍ତ ତ୍ରୟୋଦଶ ଅନ୍ତର୍ଜାତୀୟ ଉଚ୍ଚ ପ୍ରତିନିଧିମାନଙ୍କ ବୈଠକ ଆରମ୍ଭ ହେବ। ୨୯ ତାରିଖରେ ଶେଷ ହେବାକୁ ଥିବା ଏହି ବୈଠକକୁ ଏଥର ରୁଷ ଆୟୋଜନ କରୁଛି। ଏଥିରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଯୋଗଦେବାର ଥିଲା। କିନ୍ତୁ ଅସୁସ୍ଥତା କାରଣରୁ ସେ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ସୋମବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *