ଆଜି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ୧୧ ବର୍ଷ ପୂରଣ କରିଛନ୍ତି

୨୦୧୪ ମସିହା ମେ’ ମାସ ୨୬ ତାରିଖରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ନରେନ୍ଦ୍ର ମୋଦୀ ଭାରତର ଚତୁର୍ଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ଜନସାଧାରଣ ଶ୍ରୀ ମୋଦୀଙ୍କୁ ଏକ ଦୃଢ଼, ଦୂରଦର୍ଶୀ ଏବଂ ବିକାଶମୁଖୀ ନେତୃତ୍ୱ ଭାବେ ଦେଖଥିଲେ। ଶ୍ରୀ ମୋଦୀଙ୍କ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଦେଶରେ ୩୦ ବର୍ଷର ରାଜନୈତିକ ଅସ୍ଥିରତାରେ ପୂର୍ଣ୍ଣଛେଦ ପକାଇ ଭାରତର ଆଧୁନିକ ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିଲା। ପୂର୍ଣ୍ଣ ବହୁମତ ସହ ବିଜେପି ଦେଶର ଜନସାଧାରଣଙ୍କୁ ସେହିଦିନ ଠାରୁ ସ୍ଵଛ ଶାସନ ଦେଇଆସୁଛି। ସାଧାରଣ ଲୋକଙ୍କ ପାଇଁ ମୌଳିକ ସୁବିଧା ବୃଦ୍ଧି କରିବା, ଭିତ୍ତିଭୂମି ଢାଞ୍ଚାକୁ ଶକ୍ତିଶାଳୀ କରିବା, ଅର୍ଥନୀତିକୁ ମଜବୁତ କରିବା, ରୋଜଗାର ସୃଷ୍ଟି କରିବା, ଦେଶର ଅନ୍ତର୍ନିହିତ ସୁରକ୍ଷା ନିଶ୍ଚିତ କରିବା ଏବଂ ଭାରତକୁ ବିଶ୍ୱରେ ନୂଆ ପରିଚୟ ଦେବା କ୍ଷେତ୍ରରେ ମୋଦୀଙ୍କ ନେତୃତ୍ୱ ସଫଳତା ହାସଲ କରିଛି। ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହେବାକୁ ସକ୍ଷମ ହୋଇଛି ଏବଂ ୨୦୪୭ରେ ଏକ ବିକାଶଶୀଳ ଦେଶ ହେବାର ଲକ୍ଷ୍ୟ ରଖିଛି, ଯାହାର ଦୃଢ଼ ନେତୃତ୍ୱ ଦେଉଛନ୍ତି ନରେନ୍ଦ୍ର ମୋଦୀ।ଗତ ୧୧ ବର୍ଷରେ ଦେଶର ସମସ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି ଏବଂ ଏହି ଦେଶ ଏକ ନୂଆ ଆତ୍ମବିଶ୍ୱାସ ଅର୍ଜନ କରିଛି।

Leave a Reply

Your email address will not be published. Required fields are marked *