Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେନ୍ଦ୍ର ପକ୍ଷରୁ ଜବରଦସ୍ତି ଧର୍ମାନ୍ତରୀକରଣକୁ ରୋକିବା ପାଇଁ ପଦକ୍ଷେପ ନିଆଯିବା ଦରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେନ୍ଦ୍ର ପକ୍ଷରୁ ଜବରଦସ୍ତି ଧର୍ମାନ୍ତରୀକରଣକୁ ରୋକିବା ପାଇଁ ପଦକ୍ଷେପ ନିଆଯିବା ଦରକାର

ଭାରତରେ ଧର୍ମ ପରିବର୍ତନ ଅତି ଗମ୍ଭୀର ସମସ୍ୟା’
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜାନୁଆରୀ ୯ ତାରିଖ ଦିନ ଧର୍ମାନ୍ତରୀକରଣ ମାମଲାରେ ଶୁଣାଣି ହୋଇଛି । ଏହି ସମୟରେ କୋର୍ଟ ଧର୍ମାନ୍ତରୀକରଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କହିବା ସହ ଏହାକୁ ରାଜନୈତିକ ରଙ୍ଗ ନ ଦିଆଯିବା ଦରକାର ବୋଲି କହିଛନ୍ତି । ପ୍ରଲୋଭନ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ହେଉଥିବା ଧର୍ମାନ୍ତରୀକରଣକୁ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟକୁ ନିଦେ୍ର୍ଦଶ ଦେବା ଲାଗି ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ ହୋଇଥିଲା । ଜଷ୍ଟିସ୍ ଏମ.ଆର ଶାହ ଏବଂ ଜଷ୍ଟିସ୍ ସିଟି ରବିକୁମାରଙ୍କ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣୀଙ୍କୁ ଏହି ମାମଲାରେ ଉପସ୍ଥିତ ହେବା ପାଇଁ କହିଛନ୍ତି । ଖଣ୍ଡପୀଠ କହିଛନ୍ତି, ‘ଆଟର୍ଣ୍ଣି ଜେନେରାଲ, ଆମେ ଆପଣଙ୍କ ସହାୟତା ଚାହୁଁଛୁ । ଯଦି ଜୋର ଜବରଦସ୍ତି କିମ୍ୱା ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ ହେଉଛି, ତେବେ ଏହାକୁ ବନ୍ଦ କରାଯିବା ଦରକାର । ଆମେ ଜାଣିବାକୁ ଚାହୁଁଛୁ ଯଦି ଏପରି ହେଉଛି ତେବେ ଏହାକୁ ରୋକିବା ଉପାୟ କଣ? ଏପରି ସ୍ଥିତିରେ କେଉଁ ପଦକ୍ଷେପ ନେବା ଠିକ୍ ରହିବ ?’ ଆଜିର ଶୁଣାଣି ସମୟରେ ତାମିଲନାଡୁ ପକ୍ଷରୁ ବରିଷ୍ଠ ସାମ୍ୱାଦିକ ୱିଲସନ ଯୁକ୍ତି ରଖିଥିଲେ । ସେ ଅଭିଯୋଗ କରିଥିଲେ ଯେ ଏହି ଯାଚିକା ରାଜନୈକିର ହିତକୁ ନଜରରେ ରଖି ଦାୟର କରାଯାଇଛି । ସେ ଜୋର ଦେଇ କହିଛନ୍ତି ଯେ ତାଙ୍କ ରାଜ୍ୟରେ ଏହିପରି ଧର୍ମାନ୍ତରୀକରଣର କୌଣସି ପ୍ରଶ୍ନ ଉଠୁ ନାହିଁ । ତେବେ ଖଣ୍ଡପୀଠ ଏହି ଟିପ୍ପଣୀର କଡା ବିରୋଧ କରିଥିଲେ । ବରିଷ୍ଠ ଆଇନଜୀବୀଙ୍କ ଯୁକ୍ତି ଉପରେ କୋର୍ଟ କହିଥିଲେ, ‘ଆପଣଙ୍କ ଏପରି କଥାର ଭିନ୍ନ କାରଣ ଥାଇପାରେ । କୋର୍ଟଙ୍କ କାର୍ଯ୍ୟକୁ ଅନ୍ୟ ପ୍ରସଙ୍ଗରେ ଝୁଲାଇ ରଖ ନାହିଁ । ଆମ ପୂରା ଦେଶକୁ ନେଇ ଚିନ୍ତାରେ ଅଛୁ । ଯଦି ଆପଣଙ୍କ ରାଜ୍ୟରେ ଏପରି ଘଟୁଛି ତେବେ ଖରାପ ଘଟୁଛି । ଯଦି ହେଉ ନାହିଁ ତେବେ ଭଲ କଥା । ଏହାକୁ କୌଣସି ରାଜ୍ୟକୁ ଟାର୍ଗେଟ କରିବା ରୂପେ ଦେଖନ୍ତୁ ନାହିଁ । ଏହାକୁ ପଲିଟିକାଲ କର ନାହିଁ’ । ଏହା ପୂର୍ବରୁ ସୁପ୍ରିମକୋର୍ଟ ଧର୍ମାନ୍ତରୀକରଣ ଉପରେ ଶୁଣାଣି କରି ଏହା ଗୁରୁତର ବିଷୟ ବୋଲି କହିଥିଲେ । ଖଣ୍ଡପୀଠ କହିଥିଲେ, ‘କେନ୍ଦ୍ର ପକ୍ଷରୁ ଜବରଦସ୍ତି ଧର୍ମାନ୍ତରୀକରଣକୁ ରୋକିବା ପାଇଁ ପଦକ୍ଷେପ ନିଆଯିବା ଦରକାର । ଯଦି ଏପରି ନୁହେଁ ତେବେ ଜଟିଳ ପରିସ୍ଥିତି ସୃଷ୍ଟି ହେବ । କେଉଁ କାର୍ଯ୍ୟାନୁଷ୍ଠାନର ପ୍ରସ୍ତାବ ରଖିଛନ୍ତି…ଆପଣଙ୍କୁ ହସ୍ତକ୍ଷେପ କରିବାକୁ ପଡିବ । ଏହା ରାଷ୍ଟ୍ରର ସୁରକ୍ଷା ଏବଂ ଧାର୍ମିକ ସ୍ୱାଧୀନତାକୁ ପ୍ରଭାବିତ କରୁଛି’ ।

Leave a Reply