ପାକ୍ ରାଷ୍ଟ୍ରାଧ୍ୟକ୍ଷ ବିଭିନ୍ନ ଦେଶ ପାଖରେ ହାତପାତି ଋଣ ପାଇଁ ନେହୁରା ହେଉଛନ୍ତି

 ଇସଲାମାବାଦ: ବନ୍ୟା ପରିସ୍ଥିତି ଉପୁଜିବା ପରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟ ଯୋଗୁଁ ପାକିସ୍ତାନ ଏବେ ତା’ର ସବୁଠାରୁ ଖରାପ ଅର୍ଥନୈତିକ ପର୍ଯ୍ୟାୟ ଦେଇ ଗତି କରୁଛି। ତେଣୁ ପାକ୍ ରାଷ୍ଟ୍ରାଧ୍ୟକ୍ଷ କ୍ରମାଗତ ବିଭିନ୍ନ ଦେଶ ସାମ୍ନାରେ ହାତପାତି ଋଣ ପାଇଁ ନେହୁରା ହେଉଛନ୍ତି।  ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜେନିଭା କାର୍ଯ୍ୟକ୍ରମରେ ଏଠାକି ବୈଠକ କରିବେ। କିନ୍ତୁ ଏହାପୂର୍ବରୁ ଉଭୟ ନେତାଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ ହୋଇଥିଲା
 ଏବେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ ବ୍ୟବସାୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଋଣ ପାଇଁ ଆଇଏମ୍ଏଫ୍ ସହ କଥା ହୋଇଥିବା କହିଛନ୍ତି। ସେ କହିଛନ୍ତି ଯେ, ଋଣ ପାଇଁ ଫୋନରେ ଆଇଏମ୍‌ଏଫର କ୍ରିଷ୍ଟାଲିନା ଜର୍ଜିଆଭାଙ୍କ ସହ କଥା ହୋଇଛି। ଏହା ସ୍ପଷ୍ଟ ଦର୍ଶାଉଛି ଯେ ପାକିସ୍ତାନ କ୍ରମାଗତ ଭାବରେ ଆଇଏମଏଫକୁ ନିଜର ସମସ୍ୟା ଜଣାଉ ଋଣ ଦେବାକୁ ଅନୁରୋଧ କରୁଛି। ଶାହାବାଜ୍‌ କହିଛନ୍ତି ଯେ ପାକିସ୍ତାନର ଆର୍ଥିକ ସ୍ଥିତି କ’ଣ ତାହା ଦେଖିବା ପାଇଁ ଆଇଏମଏଫ ଏକ ପ୍ରତିନିଧି ଦଳ ପଠାଇବା ଉଚିତ।  ଏହି ପ୍ରସଙ୍ଗରେ ଆଇଏମଏଫ କହିଛି ଯେ, ପାକିସ୍ତାନ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହିଁ, ଯେଉଁ କାରଣରୁ ଆଇଏମଏଫ ଋଣ ଦେବାକୁ ଅଗ୍ରାହ୍ୟ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *