ଅଯୋଧ୍ୟା ରାମ ମନ୍ଦିରରେ ଯେଉଁ ମୂର୍ତ୍ତି ପ୍ରତିଷ୍ଠା ପାଇବ ତାହା ପାଇଁ କର୍ଣ୍ଣାଟକ, ଓଡ଼ିଶା ଏବଂ ମହାରାଷ୍ଟ୍ରରୁ ପ୍ରସ୍ତର ନିଆଯିବ

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିରରେ ଯେଉଁ ମୂର୍ତ୍ତି ପ୍ରତିଷ୍ଠା ପାଇବ ତାହା  ପାଇଁ  କର୍ଣ୍ଣାଟକ, ଓଡ଼ିଶା ଏବଂ ମହାରାଷ୍ଟ୍ରରୁ ପ୍ରସ୍ତର ନିଆଯିବ। ମୂର୍ତ୍ତି ଚୂଡ଼ାନ୍ତ ହେବା ପରେ ପଥର ନିଆଯିବ ବୋଲି ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ କହିଛନ୍ତି।
ଟ୍ରଷ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରୁ ପଦ୍ମବିଭୂଷଣ ସୁଦର୍ଶନ ସାହୁ, କର୍ଣ୍ଣାଟକରୁ ବାସୁଦେବ କାମାଥ, କେକେଭି ମାନିୟା, ପୁନେର ଶାସ୍ତ୍ରଗ୍ୟ ଦେଉଲକରଙ୍କୁ ମୂର୍ତ୍ତି ଡିଜାଇନ ପଠାଇବା ପାଇଁ ଆମନ୍ତ୍ରଣ କରାଯାଇଛି। ରାମ ଲାଲାଙ୍କ ମୂର୍ତ୍ତି ନିର୍ମାଣ ନେଇ ଦେଶର ସବୁ ବରିଷ୍ଠ ମୁନିଋଷିମାନଙ୍କ ସହ ଆଲୋଚନା ହେବ। ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ଆଉ ଏକ ବଡ଼ ଘୋଷଣା କରିଛନ୍ତି ୟେ ୨୦୨୪ ଜାନୁଆରି ୧୪ (ମକର ସଂକ୍ରାନ୍ତି)ରେ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ହେବ।  ମନ୍ଦିରରେ ବାଳ ରୂପ (ଶିଶୁ ରୂପ)ରେ ଭଗବାନ ରାମ ପୂଜା ପାଇବେ। ତେବେ ଶ୍ରୀରାମଙ୍କ ପ୍ରକୃତ ରୂପ ଏବଂ ମୁଖମଣ୍ଡଳ ଆଦି କିଭଳି ରହିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇ ନଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *