ଚାଇନା ଇଞ୍ଜିନିୟରଙ୍କ ମଧ୍ୟରେ ଭୟ

ଇସଲାମାବାଦ:ବିଆରଆଇ ଅଧୀନରେ ପାକିସ୍ତାନରେ ଅନେକ ଏକ୍ସପ୍ରେସଓ୍ବେ, ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦର ନିର୍ମାଣ କରାଯାଉଛି। କିନ୍ତୁ ଗ୍ବାଦରରେ ଏହି ପ୍ରକଳ୍ପକୁ ବିରୋଧ କରାଯାଉଛି। ବିରୋଧୀ ସଂଗଠନ ହକ ଦୋ ତେହେରିକ ଦାବି କରିଛି ଯେ ଏହି ଅଞ୍ଚଳରେ ସ୍ଥାପିତ ସୁରକ୍ଷା ଯାଞ୍ଚ ପଏଣ୍ଟ ସଂଖ୍ୟା ହ୍ରାସ କରାଯାଉ, ସମୁଦ୍ରରେ ମାଛ ଧରିବା ବନ୍ଦ କରନ୍ତୁ ଏବଂ ଇରାନ ସହ ସୀମା ବାଣିଜ୍ୟ ଉପରେ ପ୍ରତିବନ୍ଧକ ହ୍ରାସ କରାଯାଉ। ବିଶେଷଜ୍ଞଙ୍କ କହିବାନୁସାରେ, ଏହି ଦାବିଗୁଡ଼ିକ ସିଧାସଳଖ ଗ୍ବାଦର ପ୍ରକଳ୍ପ ସହିତ ଜଡିତ ନୁହେଁ। କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ବିଆରଆଇ ପ୍ରକଳ୍ପ ସେମାନଙ୍କର ସମସ୍ତ ସମସ୍ୟାର ମୂଳ କାରଣ। ଗ୍ବାଦର ଅଧିକାର ଅଭିଯାନ ଧମକ ପରେ ପ୍ରକଳ୍ପରେ କାମ କରିବାକୁ ଚାଇନା ଇଞ୍ଜିନିୟରଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଫଳରେ ଏସବୁ ପ୍ରକଳ୍ପରେ କାମ ବନ୍ଦ ହୋଇଯାଇଛି। ଏହି ପ୍ରତିବାଦରେ ଚାଇନାର ଇଞ୍ଜିନିୟରମାନେ ସ୍ବାତରେ ୮୪ ମେଗାୱାଟ ମିଟେଲଟନ ଜଳ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ ବନ୍ଦ କରିଦେଇଥିଲେ। ଅପରପକ୍ଷରେ ଶାଙ୍ଗଲା ଜିଲାର ୧୧.୮ ମେଗାୱାଟ କରୋରା ଜଳ ବିଦ୍ୟୁତ ପ୍ରକଳ୍ପରେ କାମ ମଧ୍ୟ ବନ୍ଦ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *