ଜଗତ୍ସିଂହପୁର ଜିଲାରୁ ବର୍ଷକୁ ପ୍ରାୟ କୋଡ଼ିଏ ହଜାରରୁ ଉର୍ଦ୍ଧ୍ବ ଗୋରୁ କୋଲକାତା ଚାଲାଣ
ର ଘୁନାଥପୁର : ଜଗତ୍ସିଂହପୁର ଜିଲାରୁ ବର୍ଷକୁ ପ୍ରାୟ କୋଡ଼ିଏ ହଜାରରୁ ଉର୍ଦ୍ଧ୍ବ ଗୋରୁ କୋଲକାତା ଚାଲାଣ ହେଉଛନ୍ତି । ଜଗତ୍ସିଂହପୁର ଜିଲା ଓ କଟକ ଜିଲାର କେତେକ ଥାନାର ପୁଲିସ୍ର କାର୍ଯ୍ୟ ସନ୍ଦେହ ଘେରରେ ରହିଛି । ପ୍ରକାଶ ଥାଉକି, ଜଗତ୍ସିଂହପୁର ଜିଲା ସଦର ମହକୁମାରୁ ପ୍ରତ୍ୟେକ ହାଟପାଳିରେ ୨୦୦ ଗୋରୁ ଜଇପୁର ଓ ରଘୁନାଥପୁର ଭାୟା ମାହାଳ ହାଟ ଦେଇ କୋଲକାତା ଚାଲାଣ ହେଉଛନ୍ତି। ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ହାଟବାରିରେ ଭ୍ୟାନ୍ରେ ଗୋରୁ ବୋଝେଇ କରି ଜଗତ୍ସିଂହପୁରରୁ ଜିଇପୁର ଦେଇ ଏବଂ ଜଗତ୍ ସିଂହପୁରରୁ ରଘୁନାଥପୁର ଦେଇ କଲକାତା ଚାଲାଣ କରାଯାଉଛି। ଏହି ଗୋରୁ ଚାଲାଣ ସ୍ପଷ୍ଟ ଦିବା ଲୋକରେ ହେଉଥିଲେ ମଧ୍ୟ ଯେଉଁ ରାସ୍ତା ଦେଇ ଏହା ଚାଲାଣ ହେଉଛି ସେହି ଅଞ୍ଚଳର ଥାନା ଓ ଫାଣ୍ଡି ପୁଲିସ୍ ନିରବ ରହୁଥିବାରୁ ସେମାନଙ୍କର କାର୍ଯ୍ୟକଳାପ ପ୍ରତି ଜନସାଧାରଣ ସନ୍ଦେହ ସୃଷ୍ଟି ହୋଇଛି । ପ୍ରତ୍ୟେକ ଗୋରୁ ବୋଝେଇ ଗାଡ଼ିରେ ଜଣେଜଣେ ଯୁବକ ମାରଣାସ୍ତ୍ର ସାଙ୍ଗରେ ନେଉଛନ୍ତି। ଫଳରେ ଗାଡ଼ିକୁ ଅଟକାଇବା ପାଇଁ ଜନସାଧାରଣ ସାହାସ କରୁନାହାନ୍ତି। ଗତବର୍ଷ ଜଗତ୍ ସିଂହପୁରରୁ କୋଲକାତା ଭାୟା ଜଇପୁର ଦେଇ ଆସୁଥିବା ଏକ ଗୋରୁ ବୋଝେଇ ଟ୍ରକକୁ ବଜରଙ୍ଗ ଦଳର କେତେକ କର୍ମୀ ଅଟକାଇଥିଲେ। ମାତ୍ର ଉକ୍ତ ଗୋରୁ ବୋଝେଇ ଟ୍ରକରେ ଥିବା ଗୁଣ୍ଡା ମାନଙ୍କ ଆକ୍ରମଣରେ ବଜରଙ୍ଗ ଦଳର କର୍ମୀମାନେ ଗୁରୁତର ହୋଇଥିଲେ। ଏହା ଦେଖ୍ ସ୍ଥାନୀୟ ଜନସାଧାରଣ ଶହଶହସଂଖ୍ୟାରେ ଆସି ଉକ୍ତ ଗୋରୁ ବୋଝେଇ ଟ୍ରକକୁ ଅଟକାଇ ଏଥରେ ଥିବା ଗୁଣ୍ଡା ମାନଙ୍କୁ ଧରି ତିର୍ତ୍ତୋଲ ଥାନା ଜିମା ଦେଇଥିଲେ । ଏହି ଘଟଣା ଘଟିବାରୁ ଅଳ୍ପଦିନ ପରେ ଯଥା ପୂର୍ବ ତଥା ପରଂ ଅବସ୍ଥା ସୃଷ୍ଟି ହୋଇଛି । ପୂର୍ବଭଳି ଜଗତ୍ସିଂହପୁର ଜିଲାରୁ ପ୍ରତି ହାଟ ପାଳିରେ ୨୦୦ରୁ ଊର୍ଦ୍ଧ୍ବ ଗୋରୁ କୋଲକାତା ଚୋରାଚାଲାଣ ହେଉଛନ୍ତି। ଜିଲାରୁ ବର୍ଷକୁ ପ୍ରାୟ ୧୯୨୦୦ ଗୋରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥୁପ୍ରତି ଦୃଷ୍ଟିଦେଇ ଗୋରୁ ଚୋରା ଚାଲାଣ ରୋକିବାକୁ ବୁଦ୍ଧିଜୀବୀ, ଗୋ ସୁରକ୍ଷା ବାହିନୀ, ବଜରଙ୍ଗ ଦଳ ପକ୍ଷରୁ ଦାବି ହୋଇଛି।