ପାକିସ୍ତାନ ସପକ୍ଷରେ ପୋଷ୍ଟ କରିବା ଅଭିଯୋଗରେ ଅନୱାର କେନ୍ଦ୍ରାପଡ଼ାରୁ ଗିରଫ

ପାକିସ୍ତାନ ସପକ୍ଷରେ ପୋଷ୍ଟ କରିବା ଅଭିଯୋଗରେ ଅନୱାର କେନ୍ଦ୍ରାପଡ଼ାରୁ ଗିରଫ

କୋଠାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେବା ସହିତ ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ସାମାଜିକ ଗଣମାଧ୍ଯମରେ ପୋଷ୍ଟ କରିବା ଅଭିଯୋଗରେ ଧୂଷୁରୀ ପୁଲିସ ଆଜି ଜଣେ  ଯୁବକଙ୍କୁ ଗିରଫ କରିଛି। ସଂପୃକ୍ତ ଯୁବକ ହେଉଛନ୍ତି ଧାମନଗର ବ୍ଲକ୍ ବୟାଙ୍ଗଡିହି ପଞ୍ଚାୟତ ଅନ୍ତର୍ଗତ ନୂଆଗାଁଗୋଡ଼ି ପୋଖରୀ ଗ୍ରାମର ଏସ୍କେ ମନୱାର ଅଲ୍ଲୀ। ଅଭିଯୋଗ ଅନୁସାରେ, ଏସ୍କେ ଅନୱାର ଅଲ୍ଲୀଙ୍କ ପୋଷ୍ଟ ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଗତ ୧୪  ତାରିଖରେ ଅଭିଯୋଗକ୍ରମେ ଧୂଷୁରୀ ଥାନାରେ କେସ ନଂ. ୨୨୬/୨୫ରେ ମାମଲା ରୁଜୁ ହୋଇଛି। ଏବାବଦରେ ତନାଘନା କରି ପୁଲିସ ଅନୱାରଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କରାଯାଇଥିବା ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *