ଛତୁ ଚାଷ ଦେଇଛି ଆତ୍ମସମ୍ମାନ

ଛତୁ ଚାଷ ଦେଇଛି ଆତ୍ମସମ୍ମାନ
ନିରାକାରପୁର: ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଛତୁଚାଷକୁ ଆପଣେଛନ୍ତି ନିରାକାରପୁର ଅଞ୍ଚଳର ମହିଳା ନୟନା ଜେନା। ନୟନା ପ୍ରଥମେ ଏକ ଛତୁ ଫାର୍ମରେ ଜଣେ ବେତନଭୋଗୀ ହିସାବରେ କାର୍ଯ୍ୟ କରୁଥିଲେ। ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ପରିବାର ଚଳାଇବା ତ ଦୂରର କଥା ନିଜ ଖର୍ଚ୍ଚ ମଧ୍ୟ ଉଠୁନଥିଲା। ପରେ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୨୦୧୨ ମସିହାରେ ଭୁବନେଶ୍ଵର ଓୟୁଏଟିରେ ତାଲିମ ନେଇ ସ୍ଥାନୀୟ ଅଞ୍ଚଳର ସତ୍ୟଭାମା ସାହୁଙ୍କ ସହ ମିଶି ‘ସମ୍ଭବ’ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଖୋଲି ଛତୁ ଚାଷ କଲେ। ସେହିପରି ଅନ୍ୟ ୧୦ଜଣ ମହିଳାଙ୍କୁ ସେ ଉକ୍ତ କାର୍ଯ୍ୟରେ ନିୟୋଜିତ କରାଇ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ସେମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରାଇ ପାରିଛନ୍ତି। ଏହି ଅନୁଷ୍ଠାନରୁ ଏବେ ଯେତିକି ରୋଜଗାର ହେଉଛି ସେଥିରେ ସଂପୃକ୍ତ ପରିବାର ପ୍ରତିପୋଷଣ କରୁଛନ୍ତି। ନୟନା ଜେନାଙ୍କ କହିବା ଅନୁଯାୟୀ ଛତୁ ଉତ୍ପାଦନ ସହ ଏବେ ସେ ଉକ୍ତ ଛତୁରୁ ବଡ଼ି, ପାମ୍ପଡ଼ ଓ ଆଚର ମଧ୍ୟ ପ୍ରସ୍ତୁତି କରିପାରୁଛନ୍ତି। ଏପରିକି ଏହି ସବୁ ଉତ୍ପାଦିତ ଦ୍ରବ୍ୟର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଗତ ଦିନରେ ଜିଲ୍ଲା ଉଦ୍ୟାନ ବିଭାଗ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏକ ଆର୍ଥିକ ସହଯୋଗ କ୍ରମେ ସେ ମଧ୍ୟ ପୂର୍ବାପେକ୍ଷା ଛତୁ ମଞ୍ଜି ଉତ୍ପାଦନ ସହ ଛତୁ ଉତ୍ପାଦନ କରି ପାରୁଛନ୍ତି।

Leave a Reply

Your email address will not be published. Required fields are marked *