ଚକ୍‌ରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ 

ଚକ୍‌ରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ 

ଜଟଣୀ; ରାମନବମୀ ପୂର୍ବରୁ ଜଟଣୀ ହାଟବଜର ଗୋପୀନାଥପୁର ଅଞ୍ଚଳର ଜଣାଶୁଣା ସୂକ୍ଷ୍ମ କାରିଗର ଏନ୍ ଈଶ୍ବର ରାଓ ଚକ୍ ରେ ୧ଇଂଚର ଭଗବାନ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି। ଏଥିସହ ମୂର୍ତ୍ତି ଆସ୍ଥାନ ଉଚ୍ଚତା ୩ ଇଞ୍ଚ ଓ ଚଉଡ଼ା ୪ଇଞ୍ଚରେ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ଈଶ୍ଵର ା ଯାହାକୁ ନେଲ ଅଞ୍ଚଳର ଲୋକମାନେ ତାଙ୍କୁ ପ୍ରଶଂସା କରିଛନ୍ତି ରାମନବମୀ ପୂର୍ବରୁ ମହାପ୍ରଭୁଙ୍କର ଏଭଳି ମୂର୍ତି କାରିଗରୀକୁ ଦେଖି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ଏ ନେଇ ଶ୍ରୀ ରାଓ ବୁନ୍ଦର, ୨୯ ବର୍ଷ ହେଲା ଏହି ସୂକ୍ଷ୍ମ କରିଗରୀ କାମ କରି ଅସୁଛି। ରାମନବମୀ ପାଇଁ ଏହାକୁ ପ୍ରସ୍ତୁତ କରିବାକୁ ୨ଦିନ ସମୟ ଲାଗିଛି ଏହାଛଡ଼ା ସବୁ ପର୍ବପର୍ବାଣୀ ସହ ବିଭିନ୍ନ ସମୟରେ ଏହି ସୂକ୍ଷ୍ମ କାରିତା କରୁଛି। ପୂର୍ବରୁ ଧାନରେ ପ୍ରଭୁ ଜଗନ୍ନାଥ, ମା’ ଦୁର୍ଗା, ପେନ୍‌ସିଲ୍ ମୁନରେ ଗଣେଶ, ବିଶ୍ବକପ୍ ଟ୍ରଫି, ତେନ୍ତୁଳି ମଞ୍ଜିରେ ଗଣେଶ, ଲକ୍ଷ୍ମୀ, ସରସ୍ଵତୀ ମତାଙ୍କୁ ନିର୍ମାଣ କରିଛି ଏହି ସୂକ୍ଷ୍ମ କଳା ପାଇଁ ବିଭିନ୍ନ ସ୍ତରରେ ପ୍ରଶଂସିତ ହେବା ସହ ବହୁ ପୁରସ୍କାର ପାଇଥିବା ସେ କହିଛନ୍ତି। 

Leave a Reply

Your email address will not be published. Required fields are marked *