ଗାଁ ଗାଁ ବୁଲି ତେଜରାତି ବିକି ପ୍ରଭାସିନୀ ସ୍ବାବଲମ୍ବୀ

ଗାଁ ଗାଁ ବୁଲି ତେଜରାତି ବିକି ପ୍ରଭାସିନୀ ସ୍ବାବଲମ୍ବୀ
ପିପିଲି: ପରିବାର ପୁରୁଷ ଶୁନ୍ୟା ଦୀର୍ଘ ବର୍ଷ ତଳେ ହାତ ଛାଡ଼ିଦେଲେ ସ୍ଵାମୀ। ଦୁଇ କୁନିକୁନି ଶିଶୁକନ୍ୟା ଓ ବୁଢି ମା’ଙ୍କୁ ନେଇ ତାଙ୍କର ସଂସାର ପରିବାରର ବୋଝ ତାଙ୍କ ଉପରେ। ଗାଁକୁ ଗାଁ ବୁଲି ତେଜରାତି ବିକ୍ରୟ କରି ସେଇ ରୋଜଗାରରୁ ପରିବାର ପ୍ରତିପୋଷଣ କରୁଛନ୍ତି। ଦିନେ ନୁହେଁ କି ବର୍ଷେ ନୁହେଁ ଗତ ୨୦ ବର୍ଷ ଧରି ସେ ଏହି କାର୍ଯ୍ୟ କରୁଛନ୍ତି। ପୁଅ ପିଲା ପରି ବେଶ ପୋଷାକ, କାନ୍ଧରେ ଗାମୁଛା। ଏ ହେଉଛନ୍ତି ପିପିଲି ବ୍ଲକ୍ ରୂପଦେଇପୁର ପଞ୍ଚାୟତ ଅନ୍ତର୍ଗତ ମୌଜିବେଗ ଗାଁର ପ୍ରଭାସିନୀ ସାହୁ(୩୩)ଙ୍କ ଜୀବନ ସଂଘର୍ଷର କାହାଣି।
କୌଣସି କାରଣରୁ ସ୍ଵାମୀ ପ୍ରଭାସିନୀଙ୍କୁ ଛାଡ଼ିଦେଲେ। କୁନିକୁନି ଝିଅ ଦୁଇଟି ମୁହଁରେ ଆହାର ଦେବା ପାଇଁ ପଦାକୁ
ଗୋଡ଼ କାଢିଲେ ପ୍ରଭାସିନୀ । ପ୍ରଥମେ ଏକ ସାଇକେଲରେ ଓ କିଛି ବର୍ଷପରେ ସେ ଏକ ଟିଭିଏସ ମୋପେଜ୍‌ରେ ତେଜରାତି ସାମଗ୍ରୀ ନେଇ ଗାଁକୁ ଗାଁ ବୁଲି ବିକ୍ରୟ କରୁଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ପ୍ରଥମେ ପ୍ରଥମେ ମହିଳା ହୋଇ ଗାଁକୁ ଗାଁ ବୁଲି,ଏ ବ୍ୟବସାୟ କରିବାକୁ କେତେକ ଲୋକେ ନିରୁତ୍ସାହିତ କରୁଥିଲେ, ଟାହି ଟାପରା କରୁଥିଲେ। ସେସବୁକୁ ସହି ନିଜର କର୍ତ୍ତବ୍ୟ କରି ଚାଲିଲେ। ତେବେ ଦୃଢ ମନୋବଳ ଯୋଗୁ ସେ ଆଜି ନିଜ ଗୋଡ଼ରେ ଠିଆ ହୋଇ ପାରିଛି ଓ ବେରୋଜଗାରକ୍ଷମ ଭଉଣୀମାନେ ନିଜେ ସ୍ବାବଲମ୍ବୀ ହେବା ଅବଶ୍ୟକ ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଭାସିନୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। 

Leave a Reply

Your email address will not be published. Required fields are marked *