ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଖୋର୍ଦ୍ଧା ନଗର ପକ୍ଷରୁ ସ୍ଥାନୀୟ ଲୋକେଶ୍ଵର୍ ମହାଦେବଙ୍କ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଖୋର୍ଦ୍ଧା ନଗର ପକ୍ଷରୁ ସ୍ଥାନୀୟ ଲୋକେଶ୍ଵର୍ ମହାଦେବଙ୍କ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରାଯାଇଛି। ଗତକାଲି ମହାଶିବରାତ୍ରି ଥିବାରୁ ବହୁ ମାତ୍ରାରେ ଦ୍ଵୀପ ଓ କାଗଜ ,ଜରି ,ଫୁଲ ଇତ୍ୟାଦି ପଡ଼ି ରହିଥିଲା ସକାଳେ ସ୍ଵୟଂସେବକ ମାନେ ମନ୍ଦିର ପରିସର ସଫେଇ କରିଥିଲେ। ଏଥିରେ ନଗର କର୍ଯ୍ୟବାହ ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା ପ୍ରଚାର ପ୍ରମୁଖ ଆଦିତ୍ୟ ମହାରଣା, ନଗର ସମ୍ପର୍କ ପ୍ରମୁଖ ମାର୍କଣ୍ଡେଶ୍ୱର ଜେନା, ଶତୃଘ୍ନ ଦେହୁରୀ, ସୁନିଲ ଭାଈ, ସୁଶାନ୍ତ ପାହଡ ସିଂହ ସମେତ ଅନ୍ୟ ସ୍ଵୟଂସେବକ ସାମିଲ ହୋଇ ଥିଲେ।

Leave a Reply

Your email address will not be published. Required fields are marked *