ମନ୍ଦିରରୁ ଆର୍ଥିକ ସହାୟତା ମାଗିଲେ ହିମାଚଳ ସରକାର, ବିଜେପିର ବିରୋଧ

ଗୋଟିଏ ପଟେ କଂଗ୍ରେସ ନେତା ସନାତନ ଧର୍ମକୁ ଅସମ୍ମାନ କରୁଛନ୍ତି

ଅନ୍ଯ ପକ୍ଷେ ସେମାନଙ୍କ ନୀତିକୁ ସଫଳ କରିବା ପାଇଁ ମନ୍ଦିର ପାଣ୍ଠିକୁ ନେବା ପାଇଁ ଯୋଜନା କରୁଛନ୍ତି

-ମନ୍ଦିରରୁ ଆର୍ଥିକ ସହାୟତା ମାଗିଲେ ହିମାଚଳ ସରକାର, ବିଜେପିର ବିରୋଧ

ମନ୍ଦିରରୁ ଆର୍ଥିକ ସହାୟତା ମାଗିଲେ ହିମାଚଳ ସରକାର ବିଜେପିର ବିରୋଧ
ଶିମ୍‌ଲା, ୨୮/୨: ହିମାଚଳପ୍ରଦେଶ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଗତ ୨ ବର୍ଷ ଧରି ରାଜ୍ୟରେ ବ୍ୟାପକ ଭୂସ୍ଖଳନ ଓ ବନ୍ୟା
ବ୍ୟାପକ କ୍ଷତି ଯୋଗୁଁ ସୃଷ୍ଟି ହୋଇଛି। ତେଣୁ ସରକାର ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ପାଇଁ ପାଣ୍ଠି ଦେବାକୁ ମନ୍ଦିର ଗୁଡ଼ିକରୁ ସହାୟତା ମାଗିଛନ୍ତି। ଜାନୁଆରି ୨୯ ତାରିଖରେ ରାଜ୍ୟ ନ୍ୟାୟିକ ଏବଂ ସଶକ୍ତିକରଣ ବିଭାଗ ଏକ ବିଜ୍ଞପ୍ତି ଜାରି କରି ରାଜ୍ୟ ଦ୍ଵାରା ପରିଚାଳିତ କଲ୍ୟାଣକାରୀ ଯୋଜନା ପାଇଁ ପାଣ୍ଠି ମାଗିଥିଲେ । ୨ଟି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ‘ମୁଖ୍ୟମନ୍ତ୍ରୀ ସୁଖ ଆଶ୍ରୟ’ ଏବଂ ମୁଖ୍ୟମନ୍ତ୍ରୀ ସୁଖ ଶିକ୍ଷା’ ଯୋଜନା ପାଇଁ ପାଣ୍ଠି ମଗାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ହିନ୍ଦୁ ସର୍ବସାଧାରଣ ଧାର୍ମିକ ପ୍ରତିଷ୍ଠାନ ଦାତବ୍ୟ ଦେବୋତ୍ତର ଆଇନ ଅଧୀନରେ ପରିଚାଳିତ ବିଭିନ୍ନ ମନ୍ଦିର ଟ୍ରଷ୍ଟ୍ଗୁଡ଼ିକ ଉଭୟ ଯୋଜନା ପାଇଁ ପାଣ୍ଠି ଦେବେ। ତେବେ ବିରୋଧୀ ଦଳ ବିଜେପି ଏଭଳି ପଦକ୍ଷେପକୁ ତୀବ୍ର ବିରୋଧ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ କଂଗ୍ରେସ ଦଳ ମନ୍ଦିର ଟ୍ରଷ୍ଟ୍ ଗୁଡ଼ିକୁ ଉପଲବ୍ଧ ଥିବା ସମସ୍ତ ପାଣ୍ଠି ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ ପଟେ କଂଗ୍ରେସ ନେତା ‘ସନାତନ ଧର୍ମ’କୁ ଅସମ୍ମାନ କରୁଛନ୍ତି ଏବଂ ଅନ୍ୟପକ୍ଷେ ସେମାନେ ସେମାନଙ୍କ ନୀତିକୁ ପାଣ୍ଠି ଦେବାପାଇଁ ଏବେ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରାଯାଉଛି ।

Leave a Reply

Your email address will not be published. Required fields are marked *