ରାଜନଗର : ରାଜନଗର ବ୍ଲକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜନଗର ନଗର ୟୁନିଟ ଘୋଷଣା ହୋଇଯାଇଛି । ରାଜନଗର ନଗରରେ ଥିବା ୭ଟି କଲେଜ ୟୁନିଟକୁ ନେଇ ରାଜନଗର ସ୍ଥିତ ଜ୍ଞାନମନ୍ଦିରର ନଗର ସମ୍ମିଳନୀ ହୋଇଥିଲା। ଏହି ସମ୍ମିଳନୀରେ ମୁଖ୍ୟ ଅତିଥ୍ୟ ଭାବେ ସୌଭାଗ୍ୟ ମହାନ୍ତି ( ସ୍ବାମ୍ବଲମ୍ବି, ଭାରତ ଅଭିଯାନର ପୂର୍ବ ପ୍ରାନ୍ତ ପ୍ରାନ୍ତ ସଂଘଠକ ), ମୁଖ୍ୟ ବକ୍ତା ଏବିଭପି ଓଡିଶାର ରାଜ୍ୟ ଉପସଭାପତି ବୈଲୋଚନ ଦାସ ଯୋଗଦେଇ ବିଦ୍ୟାର୍ଥୀ ପରିଷଦରେ ଯୋଡି ହୋଇ କିପରି ନିଜକୁ ପରିବର୍ତ୍ତନ କରିବା ସହ ରାଷ୍ଟ୍ର ପରିବର୍ତ୍ତନରେ ଭାଗ ନେବେ ସେ ବିଷୟରେ ମତବ୍ୟକ୍ତ କରିଥିଲେ। ଏହାପରେ ନଗର ୟୁନିଟ ଘୋଷଣା ହୋଇଥିଲା । ଚଳିତ ବର୍ଷ ରାଜନଗର ନଗରର ନଗର ସଭାପତି ଭାବେ ଅଧ୍ୟାପକ ସରୋଜ ବେହେରା, ଉପସଭାପତି କାଜଲ ସେଠୀ,ନଗର ସମ୍ପାଦକ ଶ୍ରୀକାନ୍ତ ଦାସ, ନଗର ସହସମ୍ପାଦକ ବନିତା ରାଉତ, ସଚିନନ୍ଦନ ପରିଡା, ଶ୍ରୀକାନ୍ତ ସେଠୀ, ସୁଶୀଲ ବେହେରା, ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ଲକ୍ଷ୍ମୀପ୍ରିୟା ବିଶ୍ବାଳ, ସିଡିଡି ସ୍ଵର୍ଣ୍ଣଲତା ଦାସ, ସାମାଜିକ ଗଣମାଧ୍ୟମ ପ୍ରମୁଖ ବାଦଲ ପରିଡାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ଟୁକୁନା ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।