ଭୁବନେଶ୍ୱର: ମହାକୁମ୍ଭ ୨୦୨୫ ତୀର୍ଥଯାତ୍ରୀଙ୍କ ପାଇଁ ଓଡ଼ିଶାର ୨୫ଟି ସହରକୁ ସଂଯୋଗ କରି ପୂର୍ବତଟ ରେଳପଥ ୬୦ଟି ସ୍ଵତନ୍ତ୍ର ରେଳ ଚଳାଚଳ କରୁଛି । ଏହି ସ୍ବତନ୍ତ୍ର ଗୁଡ଼ିକ ଓଡ଼ିଶାର ପୁରୀ, ଭୁବନେଶ୍ବର, କଟକ, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ସହରରୁ ସେବା ଆରମ୍ଭ କରୁଛି। ସାମଗ୍ରିକ ଭାବରେ ସ୍ଵତନ୍ତ୍ର ରେଳ ସେବାଗୁଡ଼ିକ ସମଗ୍ର ଓଡ଼ିଶାର ଏକ ବିସ୍ତୃତ ଭୌଗୋଳିକ ଅଞ୍ଚଳକୁ ସଂଯୋଗ କରୁଛି । ବିଭିନ୍ନ ପ୍ରାନ୍ତର ଲୋକମାନେ ଏହି ଯାତ୍ରା ସୁବିଧା ଉପଲବ୍ଧ କରି ପାରିବେ । ରାଜ୍ୟର ପ୍ରତ୍ୟେକ ଅଂଶରୁ ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇ ଦେବ। ପ୍ରୟାଗରାଜକୁ ଯାତ୍ରା କରୁଥିବା ଭକ୍ତଙ୍କ ପାଇଁ ଏକ ଅସୁବିଧାମୁକ୍ତ ଏବଂ ଆରାମଦାୟକ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ପଦକ୍ଷେପ ଗ୍ରହଣ କରିଛି । ପ୍ରୟାଗରାଜ ଜଙ୍କସନ ଏବଂ ପ୍ରୟାଗରାଜ ଛେଓକି ସମେତ ପ୍ରୟାଗରାଜର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ନୂତନ ନିର୍ମିତ ଶୌଚାଳୟ ପାନୀୟ ଜଳ ଏବଂ ଖାଦ୍ୟ କୋର୍ଟ ଭଳି ସୁବିଧା ଉପଲବ୍ଧ । ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ଷ୍ଟେସନଗୁଡ଼ିକରେ ଚିକିତ୍ସା ପର୍ଯ୍ୟବେକ୍ଷଣ କକ୍ଷ ଓ ଯେକୌଣସି ପରିସ୍ଥିତିରେ ସହାୟତା କରିବାକୁ ବ୍ୟବସ୍ଥା ଜରୁରୀକାଳୀନ କରାଯାଇଛି ।