Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଇକ ସେବା ଦେଇ ଦିନକୁ ରୋଜଗାର ୫ ହଜାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଇକ ସେବା ଦେଇ ଦିନକୁ ରୋଜଗାର ୫ ହଜାର

ପ୍ରୟାଗରାଜ: ମହାକୁମ୍ଭ ଭିଡରେ ଅଣନିଶ୍ବାସୀ ଭକ୍ତ । ପ୍ରୟାଗରାଜ ରାସ୍ତାରେ ଏତେ ଭିଡ ଯେ ଲୋକ କଡ ବି ଲେଉଟେଇ ପାରୁ ନାହାନ୍ତି । ରାସ୍ତାରେ ଭିଡ ଶହ ଶହ କିଲୋମିଟର ଯାଏଁ ଲମ୍ବିଛି । ଯାହାକୁ ନେଇ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଏହି ଭିଡ ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ପାଇଁ ଅଭିଶାପ ପାଲଟିଥିବା ବେଳେ ସେଠାକାର ଯୁବକଙ୍କ ପାଇଁ କିନ୍ତୁ ଆଣିଛି ରୋଜଗାରର ସୁଯୋଗ । ହଁ ଆଜ୍ଞା, ଭିଡ ଦେଉଛି ଭରା ଟଙ୍କା । ଭଲ ରୋଜଗାର କରୁଛନ୍ତି ବାଇକ ଚଳାଉଥିବା ଯୁବକ । ସ୍ଥିତି ଏମିତି ହୋଇଛି ବେକାରୀ ଯୁବକ ବି ଦିନକୁ ୩ରୁ ୫ ହଜାର ଟଙ୍କା ଯାଏଁ ରୋଜଗାର କରିବାରେ ସକ୍ଷମ ହେଉଛନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

କୁମ୍ଭମେଳାରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜ ପହଞ୍ଚୁଛନ୍ତି ଦେଶର କୋଣ ଅନୁକୋଣରୁ କୋଟି କୋଟି ଭକ୍ତ । ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ବୁଡ ପକାଉଥିବା ବେଳେ ଗାଡିର ଲମ୍ବା ଲାଇନ ସଙ୍ଗମ ସ୍ଥଳକୁ ଛୁଟୁଛି । ହେଲେ ଟ୍ରାଫିକ୍ ଜାମ୍ ପାଇଁ ତ୍ରିବେଣୀ ଘାଟ ପାଖରେ ପହଞ୍ଚିବା ମୁସକିଲ୍ ହୋଇପଡୁଥିବା ବେଳେ ବଡ ବଡ ଗାଡି ଆଗକୁ ଯାଇ ପାରୁନି । ଆଉ ଏତିକି ବେଳେ ସାହାଯ୍ୟର ହାତ ବଢାଇଛନ୍ତି ବାଇକ୍ ଚାଳକ । 

ଶ୍ରଦ୍ଧାଳୁଙ୍କୁ ସହଜରେ ବାଇକରେ ବସାଇ ସଙ୍ଗମ ସ୍ଥଳରେ ପହଞ୍ଚାଇବା ସହ ସେମାନଙ୍କ ଠାରୁ ପ୍ରାପ୍ୟ ବି ନେଉଛନ୍ତି । ୧୦୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ଯାଏଁ ରୋଜଗାର କରୁଛନ୍ତି ସ୍ଥାନୀୟ ଯୁବକ । ବାଇକରେ ଶ୍ରଦ୍ଧାଳୁଙ୍କୁ ନେଇ ଅନେକ ମାଲେମାଲ୍ ବି ହେଲେଣି । ଦିନକୁ ଜଣେ ୩ରୁ ୫ ହଜାର ଟଙ୍କା ରୋଜଗାର କରୁଛନ୍ତି ।

ତେବେ ପାଠପଢା ପରେ ଚାକିରି ଆଶାରେ ଥିବା ଯୁବକ ଏହି ପନ୍ଥା ଏବେ ଆପଣାଉଥିବା ବେଳେ ଛୁଟିରେ ହଷ୍ଟେଲରୁ ଘରକୁ ଆସିଥିବା ଛାତ୍ର ବି ବାଇକ୍ ଖଣ୍ଡେ ଧରି ରୋଜଗାର କରୁଛନ୍ତି । କୁମ୍ଭମେଳା ସରିଲେ ସେମାନେ ପୁଣି ଚାକିରି ଖୋଜିବା ଆରମ୍ଭ କରିବେ ତ ପୁଣି କିଏ ନିଜ ହଷ୍ଟେଲକୁ ଫେରିଯିବ । କିନ୍ତୁ କୁମ୍ଭମେଳା ସରିବା ଯାଏଁ ସେମାନେ ଏହି ବାଇକ୍ ଚଳେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ଆଶା ରଖିଛନ୍ତି ।

Leave a Reply