ମହାକୁମ୍ଭରେ ଜନସମୁଦ୍ର: ବୁଡ଼ ପକାଇଲେଣି ୩୫ କୋଟି ଭକ୍ତ

ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ବୁଡ ପକାଇବାକୁ ଭକ୍ତ ଚାହିଁ ରହିଥିବା ବେଳେ ସୋମବାର ସକାଳ ୮ଟା ସୁଦ୍ଧା ୬୨ ଲକ୍ଷ ଲୋକ ସଂଗମରେ ବୁଡ ପକାଇଥିଲେ । ରବିବାର ଦିନ ଦେଢ କୋଟି ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ସେହିପରି ମୌନୀ ଅମାବାସ୍ୟା ଦିନ ପ୍ରାୟ ୮ କୋଟି ଲୋକ ବୁଡ ପକାଇଥିଲେ । ମହର ସଂକ୍ରାନ୍ତିରେ ୨ କୋଟି ଏବଂ ପୁଷ ପୁର୍ଣ୍ଣିମାରେ ଦେଢ କୋଟିରୁ ଅଧିକ ଭକ୍ତ ପବିତ୍ର ସଂଗମ ସ୍ଥଳରେ ବୁଡ ପକାଇଛନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମୁଛି । ଆଉ ଏହି ଭିଜକୁ ଦୃଷ୍ଟିରେ ଏକ ଆକଳନ କରାଯାଉଛି କି ଏମିତି ଯଦି ଭିଡ ପରିଲକ୍ଷିତ ହୁଏ ତେବେ ମହାକୁମ୍ଭ ଶେଷ ହେବା ବେଳକୁ ପ୍ରାୟ ୫୦ କୋଟିରୁ ଅଧିକ ଭକ୍ତ ବୁଡ ପକାଇ ସାରିଥିବେ ।ତେବେ ଅମୃତ ସ୍ନାନ କରିବାକୁ ଅଧିକ ଗହଳି ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୫ କୋଟିରୁ ଅଧିକ ଭକ୍ତ ମହାକୁମ୍ଭରେ ପବିତ୍ର ବୁଡ ପକାଇ ସାରିଲେଣି ବୋଲି ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *