ପୂର୍ବତନ ପ୍ରାନ୍ତ ସଂଘଚାଳକ ଶିବରାମ ମହାପାତ୍ରଙ୍କ ଦେହାନ୍ତ


ବ୍ରହ୍ମପୁର : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବରିଷ୍ଠ ସଦସ୍ୟ ଶିବାରମ ମହାପାତ୍ର (୯୫)ଙ୍କ ବ୍ରହ୍ମପୁର ସବ୍ରେଜିଷ୍ଟ୍ରାର ଛକ ନିକଟସ୍ଥ ବାସ ଭବନରେ ଆଜି ରାତି ୭ଟା ୧୦ରେ ଦେହାନ୍ତ ହୋଇଛି। ବୟସାଧକ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ଶିବରାମ ମହାପାତ୍ର ଏକାଧାରରେ ଜଣେ ବରିଷ୍ଠ ସଂଗଠକ, ଲେଖକ, ଶିକ୍ଷାବିତ୍। ବ୍ରହ୍ମପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘକୁ ଗଢ଼ିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ସଂଘ ଚାଳକ, ବିଭାଗ ସଂଘ ଚାଳକ, ଓଡ଼ିଶା ପ୍ରଦେଶର ସହପ୍ରାନ୍ତ ସଂଘଚାଳକ ଓ ପ୍ରାନ୍ତ ସଂଘଚାଳକ ଭାବେ ବହୁ ବର୍ଷ ଧରି ମାର୍ଗଦର୍ଶନ କରି ଆସିଥିଲେ। ସେହିପରି ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପରେ ୨୫ ବର୍ଷରୁ ଅଧିକ ସମୟ ଧରି ସମାଜକୁ ଦିଗଦର୍ଶନ ଦେଉଥିବା ତାଙ୍କର ଲେଖନୀ ବାର୍ତ୍ତା ବିଳାସ ସ୍ତମ୍ଭରେ ପ୍ରକାଶ ପାଉଥିଲା। ସେହିପରି ସହରରେ ଶିକ୍ଷାର ବିକାଶ କ୍ଷେତ୍ରରେ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରତିଷ୍ଠା ସଭାପତି ଥିଲେ। ତାଙ୍କ ଦେହାନ୍ତରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ୫ ପୁଅ ଓ ବୋହୂ ସମେତ ନାତିନାତୁଣୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *