୨୪ରୁ ଏବିଭିପି ପକ୍ଷରୁ ଅନ୍ତଃରାଜ୍ୟ ଜୀବନ ଦର୍ଶନ କାର୍ଯ୍ୟକ୍ରମ


ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଅନ୍ତଃରାଜ୍ୟ ଛାତ୍ର ଜୀବନ ଦର୍ଶନ କାର୍ଯ୍ୟକ୍ରମ ସିଲ ଆରମ୍ଭ ହେବାକୁ ଯାଉଛି । ଏହି ଉପଲକ୍ଷେ ଆସନ୍ତା 24, ୨୫ ଓ ୨୬ ତାରିଖରେ ଭୁବନେଶ୍ବରକୁ ଆସାମ, ମେଘାଳୟ, ଅରୁଣ। ଚ ଳ ପ୍ର ଦଶ, ମଣିପୁର, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ଓ ତ୍ରିପୁରାରୁ ୩୨ ଜଣ ବିଦ୍ୟାର୍ଥୀ ଆସିବେ। ପ୍ରତ୍ୟେକ ବିଦ୍ୟାର୍ଥୀ ଭୁବନେଶ୍ବରର ଗୋଟିଏ ପରିବାର ସହିତ ରହିବେ। ତିନି ଦିନ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟ ପରିଦର୍ଶନ ସହ କୁଳପତିମାନଙ୍କ ସହ ଆଲୋଚନା କରିବେ ା ଓ ଓଡ଼ିଶାର ଐତିହ ସ୍ଥଳ ପରିଦର୍ଶନ କରିବେ। ଆସନ୍ତା ୨୬ ସନ୍ଧ୍ୟା ୬ଟାରେ ଏବିଭିପି ମହାନଗର ପକ୍ଷରୁ ଏକ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସିଲ ପ୍ରତିନିଧିମାନଙ୍କୁ ସମ୍ବଦ୍ଧିତ କରିବେ। ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ଉ ତ୍ତ ର ପୂ ର୍ବ । ଞ୍ଚ ଳ ର ଜନସାଧାରଣଙ୍କୁ ଭାରତ ଏକ ପରିବାରର ବିଶ୍ଵାସ ଓ ଅନୁଭବ ଦେବା ସହ ବିଭିନ୍ନ ରାଜ୍ୟର ଐତିହ ଓ ସଂସ୍କୃତିସହ ପରିଚିତ କରାଇବା ପାଇଁ ୧୯୬୬ ମସିହାରୁ ଆୟୋଜିତ ହୋଇଆସୁଛି।

Leave a Reply

Your email address will not be published. Required fields are marked *