ବଜରଙ୍ଗ ଦଳର ପ୍ରଶିକ୍ଷଣ ଶିବିର


ରାଜାମୁଣ୍ଡା: ବିଶ୍ଵହିନ୍ଦୁ ପରିଷଦ ବଣାଇ ସାଂଗନିକ ଜିଲ୍ଲାର ବଜରଙ୍ଗ ଦଳର ପରିଚୟ ବର୍ଗ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଶିଶୁମନ୍ଦିର ପ୍ରାଙ୍ଗଣରେ ଉଦ୍‌ଯାପିତ ହୋଇଛି | ଗତ ତିନିଦିନ ଧରି ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ବିଭାଗ ଜିଲ୍ଲା ସଂଘ ଚାଳକ ସୁନ୍ଦରଗଡ଼ ଅନାଦିଚରଣ ମାହାନ୍ତ ଉଦ୍‌ଘାଟନ କରିଥିଲେ। ସଂଘ ବର୍ଷାଧିକାରୀ ବିରଞ୍ଚି ନାରାୟଣ ସାହୁଙ୍କ ତତ୍ତ୍ଵାବଧାନରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ରାମଚନ୍ଦ୍ର ନାଏକ ଏବଂ ସମ୍ମାନିତ ଅତିଥି ଭାବେ ସନ୍ଥ ହରି ବାବା, ପୂର୍ବତନ ସେନା ଅଧିକାରୀ ସୁନୀଲ ଜୟସ୍ବାଲ ଓ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ହୃଦୟ କୁମାର ମାହାନ୍ତ ଉପସ୍ଥିତ ଥିଲେ। ବିଶ୍ୱହିନ୍ଦୁ ପରିଷଦ ବିଭାଗ ସଭାପତି ଗଣେଶ ନାଏକ ଏବଂ ପ୍ରାନ୍ତ ସମରସତା ମଞ୍ଚ ପ୍ରମୁଖ ଡିଲେଶ୍ବର ମାହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ହୃଦୟ କୁମାର ମାହାନ୍ତ ଧନ୍ୟବାଦ ଦେଇଥିଲେ। ଶିବିରରେ ୪୫ ଶିକ୍ଷାର୍ଥୀ, ୫ ପ୍ରଶିକ୍ଷକ ଏବଂ ୧୫ ପ୍ରବନ୍ଧକ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *