ଔଷଧ ଦୋକାନରେ ଗୋମାଂସ

ଔଷଧ ଦୋକାନରେ ଗୋମାଂସ
ବାରଙ୍ଗ / ତ୍ରିଶୂଳିଆ: ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହିସ୍ଥିତ ସିଆଇଏସଏସ ବଜାରରେ ଥିବା ଏକ ଔଷଧ ଦୋକାନୀଙ୍କଠାରୁ ଗୋ ମାଂସ ଜବତ ହୋଇଛି। ଜାନୁୟାରୀ 16 ତାରଖ ସନ୍ଧ୍ୟାରେ ଗୋଡି ସାହି ଫାଣ୍ଡି ପୁଲିସ ୫ କିଲୋଗ୍ରାମ ଗୋ ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖ୍ ପଚରା ଉଚରା କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ଯ ସିଆଇଏସ୍ଏଫ ଛକ ଠାରେ ‘କଟକ ମେଡିସିନ ଷ୍ଟୋର’ ନାମକ ଏକ ଔଷଧ ଦୋକାନ ରହିଛି। ଦୋକାନୀ ଜଣକ ରାମଦାସପୁର ଶିଳ୍ପାଞ୍ଚଳ ପରିସରରେ ଥିବା ଏକ କମ୍ପାନୀରେ କାମ କରୁଥିବା ଜଣେ ପଶ୍ଚିମବଙ୍ଗ ଯୁବକକୁ ଗୋ ମାଂସ ବିକ୍ରି କରୁଥିଲେ। ଏ ନେଇ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ କିଛି ଯୁବକ ଜାଣିବାକୁ ପାଇଥିଲେ। ମାଂସ କିଣି ନେଉଥିବା ଯୁବକଙ୍କୁ ସେମାନେ ଅଟକାଇଥିଲେ । ଏହାପରେ ଔଷଧ ଦୋକାନୀଙ୍କୁ ଯୁବକମାନେ ପଚାରିବାରୁ ଯିବା ସମୟରେ ସେ ଘଟଣାସ୍ଥଳରୁ ଚମ୍ପଟ ମାରୁଥିଲେ। ଏହି ସମୟରେ ଯୁବକମାନେ ବ୍ୟବସାୟୀ ଓ କ୍ରେତାଙ୍କୁ କାବୁ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଗୋ ମାଂସ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଏଭଳି କି ଔଷଧ ଦୋକାନକୁ ଢାଲ କରି ଏଭଳି ବ୍ୟବସାୟ କରୁଥିବାରୁ ତାଙ୍କ ଲାଇସେନ୍ସ ରଦ୍ଦ କରିବାକୁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଫାଣ୍ଡି ଥାନା ଅଧିକାରୀ ବିଚିତ୍ରା ନନ୍ଦ ପ୍ରଧାନ କହିଛନ୍ତି ଯେ, ଔଷଧ ଦୋକାନ ଯାଞ୍ଚ କରିବା ସହ ଉଭୟଙ୍କୁ ଅଟକ ରଖ୍ ପଚରା ଉଚରା କରାଯାଉଛି ।

Leave a Reply

Your email address will not be published. Required fields are marked *