ରାଜନୀତି ନୁହେଁ ବିଦ୍ୟାର୍ଥୀଙ୍କ ସର୍ବାଙ୍ଗ ବିକାଶ ଲକ୍ଷ୍ୟ


କେନ୍ଦ୍ରାପଡ଼ା: ଜିଲ୍ଲାର ଶିକ୍ଷା ସମସ୍ୟାକୁ ନେଇ ଏବିଭିପି କେନ୍ଦ୍ରାପଡ଼ା କାର୍ଯ୍ୟକର୍ତାମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦାବିପତ୍ର ଦେଇଛନ୍ତି। କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ୍‌ରେ ୫-ଟି ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ, କେନ୍ଦ୍ରାପଡ଼ା କଲେଜର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ପାନୀୟଜଳ ସମସ୍ୟା ଦୂର କରିବା, କେନ୍ଦ୍ରାପଡ଼ା ସନ୍ଧ୍ୟା କଲେଜ୍‌ରେ ସ୍ୱତନ୍ତ୍ର ଖେଳପଡ଼ିଆ କନ୍‌ଫରେନ୍ସ ହଲର ସୁବିଧା, ମହାକାଳପଡ଼ା ବାୟାବାବା କଲେଜ୍‌ରେ ପାଚେରି ନିର୍ମାଣ, ପଟ୍ଟାମୁଣ୍ଡାଇ କଲେଜ୍‌ରେ ଶୌଚାଳୟ ବ୍ୟବସ୍ଥା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *