ଭୋଗରାଇ ନଗର ତରଫରୁ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର

ଭୋଗରାଇ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୋଗରାଇ ନଗର ତରଫରୁ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଭୋଗରାଇ ପ୍ରଗତି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛ | ଶିବିରକୁ ସମାଜସେବୀ ତଥା ଡାକ୍ତର ପୂର୍ଣ୍ଣାଶିଷ ପାତ୍ର ଉଦ୍‌ଘାଟନ କରିଥିଲେ । ଡାକ୍ତର ତପନ କୁମାର ଜେନା, ଡାକ୍ତର ଶୁଭା ଜେନା, ଫାର୍ମାସିଷ୍ଟ କଲ୍ୟାଣ ପ୍ରଭୁ ମହାପାତ୍ର, ଆଶୁତୋଷ ପାଣିଗ୍ରାହୀ, ନର୍ସ ସସ୍ମିତା ବାରିକ ପ୍ରମୁଖ ରୋଗୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଶିବିରରେ ୩୨୫ ଜଣ ରୋଗୀ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏବିଭିପି ଭୋଗରାଇ ନଗରର ସଭାପତି ପ୍ରଦୀପ କୁମାର ମଣ୍ଡଳ, ଦିଲ୍ଲୀପ ଦାସ, ତୁଷାର ଦାସ, ଅଞ୍ଜଳି ବେହେରା, ଅର୍ଜନା କମିଳା, ଦୀପାଲି ପ୍ରଧାନ, ସଙ୍ଗୀତା ରଥ, ଜିତେନ୍ଦ୍ର ଷଣ୍ଢ, ସୁବ୍ରତ ପ୍ରଧାନ, ଶୁଭସ୍ମିତା ଜେନା, ରାଜ ଦାସ, ତୁଳସୀ ବେହେରା, ରାଜକିଶୋର ଦାସ, ଅସିତ କୁମାର ଦାସ, ଆଲୋକ ଜ୍ୟୋତି ଦାସ ଏବଂ ପ୍ରଗତି ସ୍ଵେଚ୍ଛାସେବୀ
ସଙ୍ଗଠନର ସଦସ୍ୟମାନେ ସହଯୋଗ କରିଥିଲେ ା

Leave a Reply

Your email address will not be published. Required fields are marked *