କେନ୍ଦ୍ର ସରକାରଙ୍କ କ୍ୟାଲେଣ୍ଡରରେ ତୁଳାଙ୍କ ଫଟୋ

କେନ୍ଦ୍ର ସରକାରଙ୍କ କ୍ୟାଲେଣ୍ଡରରେ ତୁଳାଙ୍କ ଫଟୋ
ଫୁଲବାଣୀ: କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ୨୦୨୫ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ସ୍ଥାନ ପାଇଛି। କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠାରେ ସ୍ଥାନୀତ ହୋଇଛି ଏହି ଫଟୋ। ତୁଳା ଭିକ୍ଷାବୃତ୍ତି କରି ସଞ୍ଚୟ କରିଥିବା ଏକ ଲକ୍ଷ ଟଙ୍କା ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ। ଏହି ଖବର ସମଗ୍ର ରାଜ୍ୟ ଓ ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଗତ ସାଧାରଣ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଫୁଲବାଣୀକୁ ପ୍ରଚାରରେ ଆସିଥିବା ବେଳେ କନ୍ଧମାଳ ଷ୍ଟାଡିୟମ୍‌ରେ ଆୟୋଜିତ ନିର୍ବାଚନ ସଭାରେ ତୁଳାଙ୍କୁ ସମ୍ବଦ୍ଧିତ କରିଥିଲେ। ଏହି ସଭାରେ ପ୍ରଧାନମନ୍ତ୍ରୀ ତୁଳଙ୍କ ସହ କଥା ହେବା ସମୟର ଫଟୋ କ୍ୟାଲେଣ୍ଡରରେ ସ୍ଥାନ ପାଇଛି। ଇତିମଧ୍ୟରେ ମନ୍ଦିର କମିଟି ପକ୍ଷରୁ ତୁଳାଙ୍କ ପାଇଁ ମନ୍ଦିର ପରିସରରେ ଗୃହ ବ୍ୟବସ୍ଥା କରାଯାଇଛି। କ୍ୟାଲେଣ୍ଡରରେ ଫଟୋ ଦେଖୁ ତୁଳା ଖୁସିବ୍ୟକ୍ତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏ ଅବସରରେ ସହରର ସମସ୍ତ ଭିକାରୀ ଓ ନିରାଶ୍ରୟଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ତୁଳା।

Leave a Reply

Your email address will not be published. Required fields are marked *