ଭାରତ ବିକାଶ ପରିଷଦ ପକ୍ଷରୁ ‘ବାଲ ସଂସ୍କାର ଶିବିର’

ଅନୁଗୁଳ: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସନାତନ ଧର୍ମ ଓ ସଂସ୍କୃତି ପ୍ରତି ଶ୍ରଦ୍ଧା ନିର୍ମାଣ ସହ ସେମାନଙ୍କ ଶାରୀରିକ, ମାନସିକ ଓ ନୈତିକ ବିକାଶ ସକାଶେ ଏକ ତିନିଦିନିଆ ‘ବାଲ୍ ସଂସ୍କାର ଶିବିର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ୨୨ ତାରିଖରୁ ଆରମ୍ଭ  ହୋଇଥିବା ଏହି ଶିବିରରେ ଅନୁଗୁଳର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରତ୍ୟହ ମଙ୍ଗଳାଚରଣ, ପ୍ରାର୍ଥନା, ଧ୍ୟାନ, ଯୋଗାସନ, ପ୍ରାଣାୟମ, ଗୀତାଶ୍ଳୋକ ଆବୃତ୍ତ ଅଭ୍ୟାସ କରାଯିବା ସହିତ ଚିତ୍ରାଙ୍କନ,ଗୀତ, ନାଚ ଓ ସାଧାରଣଜ୍ଞାନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ସଭାରେ ପରିଷଦର ସଭାପତି ପ୍ରଫେସର ଶାନ୍ତନୁ କୁମାର ସର ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ଚିନ୍ମୟ ମିସନ୍‌ର ବରେଣ୍ୟ ସାଧ୍ବୀ ଆତ୍ମିକାନନ୍ଦ ସରସ୍ବତୀ ଯୋଗ ଦେଇ ନଚିକେତା ଉପାଖ୍ୟାନ ମାଧ୍ୟମରେ ପିଲାମାନଙ୍କୁ ନିଜର ଜୀବନର ଲକ୍ଷ୍ୟ ଓ କର୍ତ୍ତବ୍ୟ ପାଳନରରେ ଶ୍ରଦ୍ଧା ଓ ସଚେତନତା ଉପରେ ଆଲୋଚନା କରିଥିଲେ । ପରିଶେଷରେ ମୁଖ୍ୟ ଅତିଥିଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣ କରାଯାଇଥିଲା। ସାଧାରଣ ସଂପାଦକ ବିଜୟ କୁମାର ମୋଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସ୍କୃତି ପ୍ରମୁଖ ପ୍ରମୋଦ ନାୟକ ଧନ୍ୟବାଦ ଦେଇଥିଲେ। ପିଲାମାନଙ୍କ ନୈତିକ ଓ ଆଧ୍ୟାତ୍ମିକ ବିକାଶ ଉଦ୍ଦେଶ୍ୟରେ କବି ପ୍ରଭାକର ଦାଶ, ପ୍ରତିମା ତ୍ରିପାଠୀ, ନିରଂଜନ ପତି, ଅରୁଣ ସାହୁ ପ୍ରମୁଖ ରାମାୟଣ ଓ ମହାଭାରତରୁ ବିଭିନ୍ନ ଶିକ୍ଷାମୂଳକ କାହାଣୀ ଉପସ୍ଥାପନ କରିଥିଲେ। ପରିଷଦର ସଦସ୍ୟ, ସଦସ୍ୟାମାନେ ପ୍ରତିଦିନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଜାତୀୟ ସଂଗୀତ ଗାନ ପରେ ସଭା ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *