ଗାଈ ଚୋରି କରି ଦୁଇ ଗିରଫ

କଟକ: ଗାଈ ଚୋରି ଘଟଣାରେ ବିଡାନାସୀ ଥାନା ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଖଟବିନ ସାହିର ଅବଦୁଲ କାଦିର(୩୦) ଓ ବାଖରାବାଦ ଅଞ୍ଚଳର ଜନ୍ମେଜୟ ବେହେରା(୩୦) । ଡିସେମ୍ବର ୨୭ ତାରିଖ ଶୁକ୍ରବାର ଦୁଇ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଦେଉଳସାହି ଧୋବାସାହିର ଟୁନି ସେଠୀଙ୍କ ଗଲା ମାସରେ ଏକ ଗାଈ ହଠାତ କେଉଁଆଡେ ପଳାଇଥିଲା। ରିଂବନ୍ଧରେ ଜଣେ ବ୍ୟକ୍ତିଙ୍କ ସିସିଟିଭିରେ ଉକ୍ତ ଗାଈକୁ ଦୁଇ ଜଣ ଚୋରି କରି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାପରେ ସେ ନଭେମ୍ବର ୧୫ ତାରିଖରେ ଥାନାରେ ଏତଲା ଦେବାରୁ ପୁଲିସ ମାମଲା ରୁଜୁ କରିଥିଲା । ଶୁକ୍ରବାର ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ପୁଲିସ ଗିରଫ କରିଛି ।

Leave a Reply

Your email address will not be published. Required fields are marked *