ବାରିପଦା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ‘ଶୌର୍ଯ୍ୟ ଜାଗରଣ ଯାତ୍ରୀ ସମାରୋହ

ବାରିପଦା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ‘ଶୌର୍ଯ୍ୟ ଜାଗରଣ ଯାତ୍ରୀ ସମାରୋହ
ବାରିପଦା- ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ “ଶୌର୍ଯ୍ୟ ଜାଗରଣ ଯାତ୍ରା’ ଉପଲକ୍ଷେ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଡିସେମ୍ବର 18 ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ବୌଦ୍ଧିକ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଜାଣ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ସାଧୁ ନୀଳାମ୍ବର ଦାସ ମହାରାଜ, ସ୍ଵାମୀ ପ୍ରୀତିସାଗର ଦାସ ମହାରାଜ, ବିଶ୍ଵ ହିନ୍ଦୁପରିଷଦର ରାଜ୍ୟ ଉପସଭାନେତ୍ରୀ ଜୟନ୍ତୀ ସିଂ ଓ ଦିବାକର ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ “ଶୌର୍ଯ୍ୟ ଜାଗରଣ ଯାତ୍ରା’ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିର ପୁନରୁଦ୍ଧାର ପାଇଁ ଶୌର୍ଯ୍ୟ, ସାହସ ଓ ପରାକ୍ରମ ପ୍ରଦର୍ଶନ ପୂର୍ବକ ଆତ୍ମବଳିଦାନ ଦେଇଥିବା ବୀର ରାମଭକ୍ତ ଓ କରସେବକମାନଙ୍କ ସ୍ମୃତିରେ ପ୍ରତିବର୍ଷ ଗୀତାଜୟନ୍ତୀ ସପ୍ତାହ ମଧ୍ୟରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ଦିବସ ଓ ଶୌର୍ଯ୍ୟ ଜାଗରଣ ଯାତ୍ରା ପାଳନ କରାଯାଇଥାଏ ବୋଲି ଦର୍ଶାଇଥିଲେ ।
ଏହାପୂର୍ବରୁ ସ୍ଥାନୀୟ ଷ୍ଟେସନବଜାର ପଡ଼ିଆଠାରୁ ବିଶ୍ଵ ହିନ୍ଦୁ ପରିଷଦର ଜିଲା ସଭାପତି ନରେନ୍ଦ୍ର ସିଂ, ସମ୍ପାଦକ ଦୟାନିଧି ଦାସ, ସହ ସମ୍ପାଦକ ମୋହନ ଗିରି, ବରିଷ୍ଠନେତା କବିବିଷ୍ଣୁ ଶତପଥୀ, ବଜରଙ୍ଗ ଦଳ ଜିଲା ସଂଯୋଜକ ବିଶ୍ଵଜିତ ରଣା ଓ କଳ୍ପ ରାୟବାବୁ, ଦେବାଶିଷ ଦାସ, ସୌମ୍ୟରଂଜନ ମିଶ୍ର, ଅମିତ ନାୟକ, ସପନ ଘୋଷ, ସଞ୍ଜୟ କୁମାର ରାମ ଓ ବାସୁଦେବ ପଣ୍ଡା ପ୍ରମୁଖଙ୍କ ନେତୃତ୍ବରେ ପାଂଚଶହରୁ ଊର୍ଦ୍ଧ୍ବରୁ କର୍ମୀଙ୍କର ଏକ ବର୍ଣାଢ୍ଯ ବାଇକ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ଛଉପଡ଼ିଆଠାରେ ପହଂଚିଥିଲା।

Leave a Reply

Your email address will not be published. Required fields are marked *