ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମୟୂରଭଞ୍ଜ ବିଭାଗ ବର୍ଗ 

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମୟୂରଭଞ୍ଜ ବିଭାଗ ବର୍ଗ 
ରାଇରଙ୍ଗପୁର-ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମୟୂରଭଞ୍ଜ ବିଭାଗ ବର୍ଗ ରାଇରଙ୍ଗପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକୁ ପରିଷଦର ଅଞ୍ଜଳ ଭାରତୀୟ ଜନଜାତି କାର୍ଯ୍ୟ ପ୍ରମୁଖ ପ୍ରମୋଦ ରାଉତ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବିଭାଗ ପ୍ରମୁଖ ଅଧ୍ୟାପକ ସତ୍ୟପ୍ରିୟ ଦାସ ସଂଯୋଜନା କରିଥିଲେ।
ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ବବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗ ପ୍ରମୁଖ ଅଧ୍ୟାପକ ଶୁଭେନ୍ଦୁ ଶତପଥୀ ଓ ଉପେନ୍ଦ୍ରନାଥ କଲେଜ ରସାୟନ ବିଭାଗର ପ୍ରମୁଖ ଦେବେଶ ଶଙ୍କର ହୋତା ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ଏହି ବର୍ଗରେ ପରିଷଦର ସାଙ୍ଗଠନିକ କାର୍ଯ୍ୟକ୍ରମ
ବିଷୟରେ ପ୍ରଶିକ୍ଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ପଶ୍ଚିମ ଜିଲା ସମ୍ପାଦକ ପରମେଶ୍ଵର ବେହେରା, ସଚ୍ଚିକାନ୍ତ ବାରିକ, ତନ୍ମୟ ଗିରି, ବିଭାଗ ସହ ସଂଯୋଜକ ଲିଙ୍ଗରାଜ ସେଠୀ, କବିତା କୁଅଁର ଜଗନ୍ନାଥ ବିନ୍ଧାଣୀ, ଡେଟି ପ୍ରିୟା ମହାନ୍ତ ପରିଚାଳନା
କରିଥିଲେ । ଏହି ଅବସରରେ ନଗର କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ନଗର ସଭାପତି ଭାବେ ପ୍ରଧ୍ୟାପକ ଡ଼. ମାନସ ରଞ୍ଜନ ସାହୁ, ନଗର ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ସହ ସମ୍ପାଦକ ଓମ ମହାନ୍ତ, ରୁପାରାଣୀ ମହାନ୍ତଙ୍କ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *