ଭାରତୀୟ ମଜଦୁର ସଂଘର ଶ୍ରମିକ ଓ ଜନସମ୍ପର୍କ ଅଭିଯାନ

ଭାରତୀୟ ମଜଦୁର ସଂଘର ଶ୍ରମିକ ଓ ଜନସମ୍ପର୍କ ଅଭିଯାନ
ବୋଲଗଡ: ଭାରତୀୟ ମଜଦୁର ସଂଘର ୭୦ତମ ସ୍ଥାପନା ବର୍ଷ ଅବସରରେ ଶ୍ରମିକ ଓ ଜନସମ୍ପର୍କ ଅଭିଯାନ ଡିସେମ୍ବର 18 ତାରିଖ ଦିନ ଟିକାତାଳ ଠାରେ ଆୟୋଜିତ ହୋଇଛି। ଖୋର୍ଦ୍ଧା ଜିଲା ସମ୍ପାଦକ ଅକ୍ଷୟକୁମାର ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଅଭିଯାନରେ ରାଜ୍ୟ ସଂଗଠନ କାର୍ଯ୍ୟକାରୀ ସଭାନେତ୍ରୀ ବନିତାଞ୍ଜଳି ଦାସ ମୁଖ୍ୟଅତିଥ୍‌, ମୟୁରଭଞ୍ଜର ନିଗମାନନ୍ଦ ପଟ୍ଟନାୟକ ମୁଖ୍ୟବକ୍ତା , ବୋଲଗଡ ମଣ୍ଡଳ ସଂଗଠନ ମୁଖ୍ୟ ଗଙ୍ଗାଧର ଦାଶ, ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ଚିନ୍ମୟ ପଣ୍ଡା, ବେଗୁନିଆ ପଞ୍ଚାୟତ ସଭାନେତ୍ରୀ ଦମୟନ୍ତୀ ଜେନା ସମ୍ମାନିତ ଅତିଥ୍ ଭାବେ ଯୋଗଦେଇ ଭାରତୀୟ ମଜଦୁର ସଂଘ ସଫଳତାର ଗାଥା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ମେରିଆ ବେଗମ୍, କୋଷାଧ୍ୟକ୍ଷା ରେଣୁବାଳା ଦେଈ, କର୍ମୀ ସମସଦ ବେଗମ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଭାରତୀୟ ମଜଦୁର ସଂଘ ପାଇଁ ବୋଲଗଡ ଓ ବେଗୁନିଆ ପଞ୍ଚାୟତ ସମିତି ପାଇଁ ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା । ଶିବ କୁମାର ମୁନି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *