୧୯୪୭ରୁ ସମ୍ଭଲରେ ୨୦୯ ଜଣ ହିନ୍ଦୁଙ୍କ ଜୀବନ ଯାଇଛି: ଯୋଗୀ

ଲକ୍ଷ୍ନୌ: ୧୯୪୭ ଠାରୁ ସମ୍ଭଲରେ ନିୟମିତ ବ୍ୟବଧାନ‌ରେ ସାମ୍ପ୍ରଦାୟିକ ହିଂସା ଘଟୁଛି। ଏଥିରେ ବର୍ତ୍ତମାନ ସୁଦ୍ଧ ୨୦୯ ଜଣ ହିନ୍ଦୁଙ୍କ ଜୀବନ ଯାଇଛି ବୋଲି ଆଜି ଉତ୍ତରପ୍ରଦେଶ ବିଧାନସଭା ଅଧିବେଶନର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଥ୍ୟ ରଖିଛନ୍ତି। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ‘ସାମ୍ପ୍ରଦାୟିକ ହିଂସା’ର ବିଶ୍ଲେଷଣ କରିବାକୁ କହିଛନ୍ତି। ମୁସଲିମ ଧାର୍ମିକ ଶୋଭାଯାତ୍ରା ହିନ୍ଦୁ ବହୁଳ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ଅତିକ୍ରମ କରେ, କିନ୍ତୁ ଏକ ହିନ୍ଦୁ ଶୋଭାଯାତ୍ରା ମୁସଲିମ ବହୁଳ ଅଞ୍ଚଳରେ ଯିବା ବେଳେ ଦଙ୍ଗା ହୁଏ। ଏଥିପାଇଁ‌ ସେ ସମ୍ଭଲ ହିଂସାର ଉଦାହରଣ ଦେଇଥିଲେ। ୧୯୭୪ ହିଂସାରେ ୧୮୪ ହିନ୍ଦୁଙ୍କୁ ଜିଅନ୍ତା ପୋଡ଼ିଦିଆଗଲା। ୧୯୪୭ ଠାରୁ ୨୦୯ ହିନ୍ଦୁଙ୍କ ପ୍ରାଣହାନି ଘଟିଛି ବୋଲି ତଥ୍ୟ ରଖିଥିଲେ। ଗୋଟିଏ ପକ୍ଷକୁ ସର୍ବଦା ସମର୍ଥନ କରୁଥିବାରୁ କଂଗ୍ରେସ ଓ ବିରୋଧୀ ଦଳଙ୍କୁ ସେ ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *