ବଜରଙ୍ଗୀ ଦଳର ଶୌର୍ଯ୍ୟ ଦିବସ ପାଳିତ


ଟାଙ୍ଗୀ,୧୫।୧୨-ଖୋର୍ଦ୍ଧା ଜିଲ୍ଲା ବଜରଙ୍ଗୀ ଦଳ ଟାଙ୍ଗୀ ଶାଖା ପକ୍ଷରୁ ଶୌର୍ଯ୍ୟ ଦିବସ ପାଳନ କରାଯାଇଛି। ବଜରଙ୍ଗୀ ଦଳ ଟାଙ୍ଗୀ ଶାଖା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବଜରଙ୍ଗୀ ଦଳର ସଦସ୍ୟମାନେ ବିରାଟ ମଶାଲ ଶୋଭାଯାତ୍ରାରେ ଟାଙ୍ଗୀ ନଗର ପରିକ୍ରମା କରିଥିଲେ। ଟାଙ୍ଗୀ ପ୍ରଖଣ୍ଡ ସଂଯୋଜକ ରାଜେଶ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ସମରଜିତ ଜେନା ଓ ଆଶିଷ ଅଗ୍ରୱାଲଙ୍କ ନେତୃତ୍ବରେ ରଣଜିତ ପାଟ୍ଟଶାଣୀ, ସାଗର ପଲେଇ, ରାଜବଂଶ ଇନ୍ଦ୍ରଜିତ, ରାକେଶ ବିଶ୍ବାଳ, ସମ୍ବିତ ପ୍ରୀୟଦର୍ଶୀ, ସୂର୍ଯ୍ୟ ପାହାଡ଼ସିଂ, ସମ୍ବିତ କୁମାର ବେହେରା, ଦୀପୁ ପ୍ରଧାନ, ସୁକାନ୍ତ ସୁବୁଦ୍ଧି, ସିଦ୍ଧାର୍ଥ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *