ରାଜଗାଙ୍ଗପୁରରେ ବିଜୟ ଦିବସ ଶୋଭାଯାତ୍ରା


ରାଜଗାଙ୍ଗପୁର -ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ସହରରେ ରବିବାର ଦିନ ବିଶ୍ଵ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ତଥା ଦୁର୍ଗା ବାହିନୀ ପକ୍ଷରୁ ବିଜୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଜଗାଙ୍ଗପୁର ଫୁଟବଲ ପଡ଼ିଆରେ ହଜାରରୁ ଉର୍ଦ୍ଧ୍ଵ ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗା ବାହିନୀର କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇଥିଲେ। ଏହି ଶୋଭାଯାତ୍ରାରେ ରାମଚନ୍ଦ୍ର, ହନୁମାନଙ୍କ ମୂଇଁ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ବିଭିନ୍ନ ମାଦଳ ଦଳ ସହ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ଶୋଭାଯାତ୍ରାରେ ଲାଠି ଖେଳ ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ଶୋଭାଯାତ୍ରା ସହର ପରିକ୍ରମଣ କରିବା ପରେ ଶେଷରେ ଲିପଲୋଇ ସମଲେଇ ମନ୍ଦିରରେ ଶେଷ ହୋଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ସଭାପତି ରାଜେଶ ଶର୍ମା, ବଜରଙ୍ଗ ଦଳର ସଭାପତି ସନ୍ଦୀପ ଦାସ, ଦୁର୍ଗା ବାହିନୀର ସଭାପତି ପୂଜା କାସରେଲଙ୍କ ସହ ଦୌଲତ ଅଗ୍ରୱାଲ, ରାଜଗାଙ୍ଗପୁର ରାଜେନ ସୋନି, ନରସିଂହ ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *