ଭାରତ ବିରୋଧରେ ଶ୍ରୀଲଙ୍କାର ଭୂମି ବ୍ୟବହୃତ ହେବନାହିଁ: ଦିସାନାୟକେ

ନୂଆଦିଲ୍ଲୀ: ୧୫ ତାରିଖରୁ ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟେକେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଆଲୋଚନା ସମୟରେ, ଶ୍ରୀଲଙ୍କା ଭୂମି ଭାରତ ବିରୋଧରେ ବ୍ୟବହୃତ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନୁଷ୍ଠିତ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଦିସାନାୟକେ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଆଜି କେତେକ ଦ୍ବିପାକ୍ଷିକ ଚୁକ୍ତି ସମ୍ପର୍କରେ ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

 ଆଲୋଚନା ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଯେ ଶ୍ରୀଲଙ୍କାର ଭୂମି କୌଣସି ପରିସ୍ଥିତିରେ ଭାରତର ସ୍ବାର୍ଥ ବିରୋଧରେ ବ୍ୟବହୃତ ହେବନାହିଁ। ଭାରତ ସହ ସହଯୋଗର ଅଭିବୃଦ୍ଧି ଘଟିବ ଏବଂ ଭାରତ ସହ ସମ୍ପର୍କ ଏଭଳି ଜାରି ରହିବ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରୀଲଙ୍କା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି।

Leave a Reply

Your email address will not be published. Required fields are marked *