ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ବିରୋଧ -ପଦ୍ମପୁରରେ ବିକ୍ଷୋଭ ଓ ଶୋଭାଯାତ୍ରା 


ପଦ୍ମପୁର : ବାଂଲାଦେଶରେ ହେଉଥିବା ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ଗଣହତ୍ୟା, ଧର୍ଷଣ, ସମ୍ପତ୍ତି ଲୁଣ୍ଠନ ବିରୋଧରେ ଗର୍ଜିଛି ପଦ୍ମପୁରର ହିନ୍ଦୁ ଏକତା ମଞ୍ଛ  ା  ଶୁକ୍ରବାର ସ୍ଥାନୀୟ ରାଜାଜୀ ଟାଉନ ହଲ୍‌ରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା। ଏଥି ସହ ତୁରନ୍ତ ଏହା ଉପରେ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର  ରୋକିବାକୁ ଜନ ଜାଗରଣ ମାଧ୍ୟମରେ ସାରା ଭାରତରେ ଆହ୍ବାନ ଦିଆଯାଇଥିଲା । ଏହା ସହ ଆମ ଦେଶରୁ ବାଂଲାଦେଶୀଙ୍କୁ ତଡ଼ିବାକୁ ଦାବି କରାଯାଇଥିଲା । ଶୋଭାଯାତ୍ରାରେ ଡ. ବାଞ୍ଛାନିଧି ପଣ୍ଡା, ଭକ୍ତଚରଣ ସାହୁ, ପ୍ରତାପ ମିଶ୍ର, ଜୟନାରାୟଣ ତ୍ରିପାଠୀ, ସୁରେଶ ରାମଚନ୍ଦାନୀ, ଚିନ୍ମୟ ପଣ୍ଡା, ନୂତନ ସାହୁ, ପ୍ରତାପ ନାଥ, ଶିରୀଶ ବହିଦାର, ଜ୍ୟୋତ୍ସ୍ନାରାଣୀ କର, କେଶବ ଜାଲ, ସୁନୀଲ ଅଗ୍ରୱାଲ, ଅଜୁ ପଟ୍ଟନାୟକ, ଅଙ୍କିତ ରାମଚନ୍ଦାନୀଙ୍କ ସହ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *