ଗୋମାଂସ ବିକ୍ରି ବେଳେ ଯୁବକ ଗିରଫ

ଗୋମାଂସ ବିକ୍ରି ବେଳେ ଯୁବକ ଗିରଫ
ଶୁଳିଆପଦା, ୧୪/୧୨ : ଶୁଳିଆପଦା ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଚୋରାରେ ଗୋମାଂସ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜି ଜଣେ ଯୁବକଙ୍କୁ ବାନ୍ଧିଛି ପୁଲିସ। ଗିରଫ ଅଭଯୁକ୍ତ ହେଲେ ପଶ୍ଚିମବଙ୍ଗ ଗୋପୀ ଥାନା ଅଧୀନ ଧନ୍‌ମଡ଼ା ଗ୍ରାମର ଖଲିଲ୍ ଖାନ୍। ସେ ଶୁଳିଆପଦା ବ୍ଲକ୍ ଉଫାଲଗଡ଼ିଆ ପଞ୍ଚାୟତ ଅଧୀନ ତେଲିଆ, ଟିଲକପାଳ, ଶଂଶାଶୋଳ ଆଦି ଗାଁରେ
ଚୋରାରେ ଗୋମାଂସ ଯୋଗାଣ ପାଇଁ ଆସୁଥିବା ବେଳେ ବଣକାଟି ଛକରେ ଛକିଥିବା ଗୋରକ୍ଷକଙ୍କ ହାତରେ ଧରା ପଡ଼ିଥିଲେ। ଏହାକୁ ନେଇ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଶୁଳିଆପଦା ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ଏଏସ୍‌ଆଇ ନରେନ୍ଦ୍ରନାଥ ସେଠୀ ପହଞ୍ଚି ୧୨ କେଜିରୁ ଅଧିକଗୋମାଂସ ଜବତ କରିବା ସହଖଲିଙ୍କୁ ଗିରଫ କରିଥିଲେ।

Leave a Reply

Your email address will not be published. Required fields are marked *