ତ୍ରିରଙ୍ଗାକୁ ଅପମାନ ଘଟଣା-ବାଂଲାଦେଶ ପତାକାକୁ ରାସ୍ତାରେ ପକାଇଲେ



ଭଦ୍ରକ: ପଡ଼ୋଶୀ ବାଂଲାଦେଶକୁ ଅର୍ଥନୈତିକ କ୍ଷେତ୍ରଠାରୁ ସେନାବାହିନୀ, ଛାତ୍ରବୃତ୍ତି ଆଦି ଯୋଗାଇ ଦେଉଛି। ଏପରି ମହାମାରୀ କରୋନା ସମୟରେ ଯାବତୀୟ ସହାୟତା ବାଂଲାଦେଶକୁ ଭାରତ ଯୋଗାଇ ଦେଇଥିଲା । କିନ୍ତୁ ଏବେ ବାଂଲାଦେଶର ରାଜଧାନୀ ଢାକାର ଏକ କଲେଜରେ ଭାରତର ଜାତୀୟ ପତାକାକୁ ଅପମାନିତ କରାଯାଇଛି। ଯାହା ଆମ ଦେଶର ସମ୍ମାନ ଓ ପ୍ରତ୍ୟେକ ଲୋକଙ୍କ ଭାବାବେଗକୁ କୁଠାରାଘାତ କରିଛି । ଏହାକୁ ପ୍ରତିବାଦ କରି डिसेम्बर 13 तारिख दिन ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମିଶି ବାଂଲାଦେଶ ପତାକାକୁ ରାସ୍ତାରେ ପକାଇ ଅବମାନନା କରିଥିଲେ। ଓଁକାର ମହାନ୍ତି, ଶୁଭମ ପାଢ଼ୀ, ତ୍ରିଲୋଚନ ବାରିକ, ତୃପ୍ତି ଦାସ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ।

Leave a Reply

Your email address will not be published. Required fields are marked *