କେନ୍ଦ୍ରାପଡା): ସହରସ୍ଥ ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଶିଶୁବାଟିକା ବିଭାଗର ବାର୍ଷିକ କ୍ରୀଡା ତିନିଦିନଧରି ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ପ୍ରାରମ୍ଭ ଓ ଶିଶୁ ବୋଧ ଶ୍ରେଣୀର ୧୨୮ଜଣ ଶିଶୁ ଭାଗ ନେଇଥିଲେ । ଚଳିତ ମାସ ୨ତାରିଖକୁ ସୋମବାର ଦିନ ଉଦ୍ଘାଟନ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ହିମାଂଶୁ ଶେଖର ଦାଶଙ୍କ କରକମଳରେ କ୍ରୀଡା ଆରମ୍ଭ ହୋଇଥିଲା । ତାଙ୍କର ମନ୍ତବ୍ୟ ଥିଲା ଶରୀର ସୁସ୍ଥ ରହିବା ପାଇଁ ଖେଳ ଅପରିହାର୍ଯ୍ୟ । ଉଦ୍ଯାପନ ଉତ୍ସବରେ ବିଦ୍ୟାଳୟର ସଭାପତି ଗିରିଶ ଚନ୍ଦ୍ର କର ଓ ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ରାଉତଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଶୃଙ୍ଖଳିତ ସମାଜ ଗଠନରେ କ୍ରୀଡା ଶିଶୁମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସଭାପତି ଅଭିଭାଷଣରେ ପ୍ରକାଶ କରିଥିଲେ । ଶିଶୁବାଟିକା ଶ୍ରେଣୀର କ୍ଷଣ ଗୁରୁମା, ସରୋଜିନୀ ଗୁରୁମା, ନିହାରିକା ଗୁରୁମା, ତେଜସ୍ମିତା ଗୁରୁମା ଓ ମଞ୍ଜୁ ଗୁରୁମା ଖେଳ ପରିଚାଳନା କରିଥିଲେ