ବାଂଲାଦେଶରେ ହିନ୍ଦୁଙ୍କୁ ଅତ୍ୟାଚାରର ପ୍ରତିବାଦ “ହିନ୍ଦୁ ସୁରକ୍ଷା ମଞ୍ଚ’ର ପ୍ରତିବାଦ ସଭା ଓ ଶୋଭାଯାତ୍ରା

ବାରିପଦା : ବାଂଲାଦେଶ ରେ ହିନ୍ଦୁଙ୍କୁ ଟାର୍ଗେଟ କରି ସମ୍ପ୍ରତି ଚାଲିଥିବା ଲୁଟତରାଜ, ପୋଡ଼ାଜଳା, ହତ୍ୟା, ବଳାତ୍କାର, ମନ୍ଦିର ଉପରେ ଆକ୍ରମଣ ଓ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦେବା, ବିନା କାରଣରେ ସ୍ୱାମୀ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ପ୍ରଭୃତି ଘଟଣାର ପ୍ରତିବାଦରେ \”ହିନ୍ଦୁ ସୁରକ୍ଷା ମଞ୍ଚ’ ପକ୍ଷରୁ ଏଠାରେ ଏକ ବଡ଼ ଧରଣର ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ରାଲି ପରେ ପରେ ମଞ୍ଚ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହିସଭା, ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମରେ ସର୍ବଶ୍ରୀ ନରେନ୍ଦ୍ର ସିଂ, କବିବିଷ୍ଣୁ ଶତପଥୀ, ନିର୍ମଳ ପ୍ରକାଶ ଜେନା, ଦୟାନିଧି ଦାସ, କାନ୍ଦ୍ରା ସୋରେନ, ବିଶ୍ୱଜିତ ରଣା, ମୋହନ ଗିରି, ଶୋଭାବତୀ ଓତା, ବିଶ୍ୱ ରଞ୍ଜନ ଘୋଷ, ଲକ୍ଷ୍ମୀଧର ହାଓଡ଼ା, ବିଜୟ କୁମାର ଦାସ, ସୌମ୍ୟରଂଜନ ମିଶ୍ର, ସୋମନାଥ ଦାସ, ସୁଧାଂଶୁ ଶେଖର ଜେନା, ଶ୍ରଦ୍ଧାଞ୍ଜଳି ପଣ୍ଡା, କଳ୍ପ ରାୟବାବୁ, ଫକୀର ସିଂହ, ସୁଜାତା ମୁର୍ମୁ, ଦେବେନ୍ଦ୍ର ସାମଲ, ଶଙ୍କର୍ଷଣ ପଣ୍ଡା ପ୍ରମୁଖ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ

Leave a Reply

Your email address will not be published. Required fields are marked *