ବାଂଲାଦେଶୀ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ବିଶାଳ ରାଲି

ବଲାଙ୍ଗିର : ସନାତନ ହିନ୍ଦୁ ଜାଗୃତି ମଂଚ ପକ୍ଷରୁ ବାଂଲାଦେଶୀ ସଂଖ୍ୟା ଲଘୁ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦ ରେ ଏକ ବିଶାଳ ରାଲିରେ କୋଶଳ କଳା ମଣ୍ଡଳ ପଡିଆ ରୁ ବାହାରି ଶୋଭାଯାତ୍ରା ରେ ଆସି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୂଖ୍ୟ ଆବାହକ କମ୍ବୁ ପାଣି ପାଢୀ ଡାକରା ରେ ସେଠାରେ ବିଶ୍ୱ ହିନ୍ଦୁ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ମିଶ୍ର ସଭା ପତିତ୍ୱ ରେ ସଭା ଅନୁଷ୍ଟିତ ହୋଥିଲା ସହ ସଂଯୋଜକ ଦିଲୀପ କୁମାର ମିଶ୍ର ସଂଯୋଜନା ରେ ସାମାଜିକ କର୍ମୀ ଯତୀନ୍ଦ୍ର ମୋହନ ପାଠୀ, ଦ୍ଦତ୍ତା ନନ୍ଦ ପାଣ୍ଡା, ଘନଶ୍ୟାମ ପଧାନ,ଗୋପାଳଯି ପାଣିଗ୍ରାହି, ସ୍ୱାମୀ ପରମାନନ୍ଦ ସରସ୍ୱତୀ, ବ୍ରାହ୍ମଣ ସଭା ସଭାପତି ଧନଞ୍ଜୟ ମିଶ୍ର ଓ ଶ୍ରୀମତୀ ସରସ୍ୱତୀ ନନ୍ଦ ପ୍ରମୁଖ ଉଦବୋଧନ ରେ ସନାତନ ଧର୍ମ ରଖ୍ୟା ଓ ହିନ୍ଦୁ ମାନଙ ସୁରକ୍ଷା କଡା କଡି ଆନ୍ତର୍ଜାତିକ ସ୍ତରରେ ପଦକ୍ଷେପ ପାଇଁ କହିଥିଲେ ବଂଗଳା ଦେଶରେ ହିନ୍ଦୁ ମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାରକୁ ବିରୋଧ କରିବା ସହ ହିନ୍ଦୁଙ୍କ ସୁରକ୍ଷାକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସନାତନ ହିନ୍ଦୁ ଜାଗୃତି ମଂଚର ବହୁ ସଦସ୍ୟ ସଦସ୍ୟା ସାମାଜିକ ସଙ୍ଗଠନ ମହିଳା ଗୋଷ୍ଟି ସାଧୁ ସନ୍ଥ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *