ଡିସେମ୍ବର ୬ ରେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ମହା ସମାବେଶ

ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ମହା ସମାବେଶ

ଢେଙ୍କାନାଳ: ରବିବାର ଦିନ ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ଆଗାମୀ ଡିସେମ୍ବର ୦୬ ତାରିଖ ରେ ହେବାକୁଥିବା ବିଶାଳ ସମାବେଶ କୁ ସଫଳ କରିବା ପାଇଁ ଢେଙ୍କାନାଳ ଜିଲ୍ଲାର ଜାତି,ଧର୍ମ, ପନ୍ଥ ର କର୍ମକର୍ତ୍ତାମାନଙ୍କୁ ନେଇ ଢେଙ୍କାନାଳ ସହରର ଦେଉଳସାହି ସ୍ଥିତ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ହିନ୍ଦୁ ଜାଗରଣ ମଞ୍ଚ ର ପ୍ରାନ୍ତ ପ୍ରମୁଖ ଶ୍ରୀଯୁକ୍ତ ରଘୁନାଥ ବାରିକ ଯୋଗଦେଇ ଏହି ସମାବେଶ ର ଆଭିମୁଖ୍ୟ ସମ୍ବନ୍ଧ ରେ ଆଲୋକପାତ କରିଥିଲେ। ସମସ୍ତ କର୍ମକର୍ତ୍ତାମାନେ ବଙ୍ଗଳାଦେଶର ଏହି ଘୃଣିତ କାର୍ଯ୍ୟକୁ ନିନ୍ଦା କରିଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ସମସ୍ତେ ସେହିଦିନ ସହର ର ବାଜିଚୌକ ଠାରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିବାପରେ ସେଠାରେ ବିଶାଳ ସମାବେଶ ଅନୁଷ୍ଠିତ ହେବ ଏବଂ ମାନ୍ୟବର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା।
ଏହି ସମାବେଶ କୁ ସଫଳ କରିବାପାଇଁ ସମସ୍ତ ସ୍ବାଭିମାନୀ ହିନ୍ଦୁ ଭାଇ/ଭଉଣୀ ମାନଙ୍କୁ ନିବେଦନ।

Leave a Reply

Your email address will not be published. Required fields are marked *