ବାଲେଶ୍ଵର ଅଧିବକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ


ବାଲେଶ୍ଵର: ବାଲେଶ୍ଵର ଅଧିବକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ଲକ୍ଷ୍ମୀକାନ୍ତ ବେହେରା ଅଧ୍ଯକ୍ଷତା କରିଥିଲେ । ଓପିଆଇଡି କୋର୍ଟ ବିଚାରପତି ବିଶ୍ଵଜିତ ଦାସ, ହାଇକୋର୍ଟ ଷ୍ଟାଣ୍ଡିଂ କାଉନସିଲର ଜ୍ଞାନାଲୋକ ମହାନ୍ତି ଓ କୋଷାଧ୍ୟକ୍ଷ ଚନ୍ଦ୍ରମାଧବ ସିଂ ଅତିଥ୍‌ ଭାବେ ଯୋଗ ଦେଇ ସମ୍ବିଧାନ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ବିଧାନର କେତେକ ଧାରା ବ୍ୟାଖ୍ୟା କରିବା ସହିତ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟିର ଆବଶ୍ୟକତା ଉପରେ ଅତିଥିମାନେ ଗୁରୁତ୍ବା ରୋପ କରିଥିଲେ। ଏହି ଅବସରରେ ଦୁଇଜଣ ବରିଷ୍ଠ ଆଇନଜୀବୀ ପ୍ରତାପ ପଣ୍ଡା ଏବଂ ଚିନ୍ତାମଣି ଉପାଧ୍ୟାୟଙ୍କୁ ସମ୍ବଦ୍ଧିତ କରାଯାଇ ଥିଲା। ସମସ୍ତ କାର୍ଯ୍ୟକୁ ଆଇନଜୀବୀ ବୈଲୋଚନ ଦାଶ, ନିହାର ରଞ୍ଜନ ପରିଡ଼ା, ଜିତେନ୍ଦ୍ର କୁମାର ରାଉତ, ନିର୍ମଳ କୁମାର ନାୟକ, ଉମାଶଙ୍କର ରାଉତ, ପରେଶ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।



Leave a Reply

Your email address will not be published. Required fields are marked *